ବଲାଙ୍ଗୀର:ଜିଲ୍ଲାରେ କନିଷ୍ଠ ଶିକ୍ଷକମାନେ ଦରମା ବୃଦ୍ଧି ଦାବି କରି ଆଜି(ମଙ୍ଗଳବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣା ଦେଇଛନ୍ତି । ଦାବି ପୂରଣ ନ ହେଲେ ଏମାନେ ଭୁବନେଶ୍ବରରେ ଆନ୍ଦୋଳନ କରିବେ ବୋଲି ଚେତବାନୀ ଦେଇଛନ୍ତି । ଆନ୍ଦୋଳନରେ ପ୍ରାୟ ହଜାର ପାଖାପାଖି ଶିକ୍ଷକ ସାମିଲ ହୋଇଥିଲେ ।
ଏହି ଆନ୍ଦୋଳନରେ ଜିଲ୍ଲାର 923 ଜଣ କନିଷ୍ଠ ଶିକ୍ଷକ ସାମିଲ ହୋଇଥିଲେ ଏବଂ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣା ଦେଇଥିଲେ । ତେବେ ଏମାନଙ୍କୁ ଦିନକୁ 107 ଟଙ୍କା ଦରମା ଦିଆଯାଉଥିବାବେଳେ ଏମାନେ ମାସିକ 16 ହଜାର ଟଙ୍କା ଦରମା ଦାବି କରିଛନ୍ତି ।