ବଲାଙ୍ଗୀର:ଜଣେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ସିନେମା ପ୍ରଯୋଜକ ମାଡ଼ ମାରିବା ଓ ଦୁର୍ବ୍ୟବହାର ଘଟଣାରେ ସବୁଠି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି କ୍ରମରେ ବଲାଙ୍ଗୀରର ବିଭିନ୍ନ ସାମ୍ବାଦିକ ସଂଗଠନ ମଧ୍ୟ ଘଟଣାକୁ ଦୃଢ ନିନ୍ଦା କରିଛନ୍ତି । ଅଭିଯୁକ୍ତ ପ୍ରଯୋଜକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହିତ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସରକାର ସ୍ବତନ୍ତ୍ର ଆଇନ ଆଣିବାକୁ ଦାବି କରିଛନ୍ତି ବରିଷ୍ଠ ସାମ୍ବାଦିକ ।
ଗତ ଶୁକ୍ରବାର ଇଟିଭି ଭାରତ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଖବର ସଂଗ୍ରହ ସମୟରେ ସିନେମା ପ୍ରଯୋଜକ ଟୁଟୁ ନାୟକ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିଲେ । ଏହାର ଦିନକ ପରେ ପୋଲିସ ତାଙ୍କୁ ଗିରଫ କରିଛି । ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ସଂଘର ଉପସଭାପତି ବଳରାମ ମିଶ୍ର କହିଛନ୍ତି ଯେ, ସିନେ ପ୍ରଯୋଜକ ଟୁଟୁ ନାୟକ ଜଣେ ସାମ୍ବାଦିକାଙ୍କ କାର୍ଯ୍ୟରେ ବାଧା ଦେବା ଓ ତାଙ୍କୁ ମାଡ଼ ମାରିବା ନିହାତି ଭାବରେ ନିନ୍ଦନୀୟ । ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ଏହାକୁ ଦୃଢ଼ ଭାବରେ ନିନ୍ଦା କରୁଛି । ତେବେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ସାମ୍ବାଦିକ ।
ଏହାମଧ୍ୟ ପଢନ୍ତୁ: ମହିଳା ସାମ୍ବାଦିକଙ୍କୁ ମାଡ଼ ମାରି ଜେଲ ଗଲେ ଟୁଟୁ ନାୟକ