ଓଡିଶା

odisha

ETV Bharat / state

କୋଟି କୋଟି ଟଙ୍କା ଠକେଇ ଅଭିଯୋଗ, ସାମ୍ବାଦିକ ଗିରଫ

ନଜର ଆଢୁଆଳରେ ରାଜ୍ୟରେ ହୋଇଛି ଏକ ବଡ ଧରଣର ଜିଏସଟି ଠକେଇ । ତାହା ପୁଣି ଲକ୍ଷେ କି କୋଟିଏ ଟଙ୍କା ନୁହେଁ 12 କୋଟି 84 ଲକ୍ଷ ଟଙ୍କାର ହୋଇଥିବା ଜଣା ପଡିଛି ।

By

Published : Aug 9, 2019, 4:30 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ନଜର ଆଢୁଆଳରେ ରାଜ୍ୟରେ ହୋଇଛି ଏକ ବଡ ଧରଣର ଜିଏସଟି ଠକେଇ । ତାହା ପୁଣି ଲକ୍ଷେ କି କୋଟିଏ ଟଙ୍କା ନୁହେଁ 12 କୋଟି 84 ଲକ୍ଷ ଟଙ୍କାର ହୋଇଥିବା ଜଣା ପଡିଛି । ସେ ପୁଣି ଜଣେ ସାମ୍ବାଦିକ କରିଥିବା ଜଣା ପଡିବା ପରେ ଗିରଫ ହୋଇଛନ୍ତି ଅଭିଯୁକ୍ତ ସାମ୍ବାଦିକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଏନେଇ ଗୁରୁବାର ରାଜ୍ୟର ବିଭିନ୍ନ ବାଣିଜ୍ୟକର ବିଭାଗର ଅଧିକାରୀ ଟିଟିଲାଗଡ ସହରର ବ୍ୟବସାୟୀ ତଥା ଗଣମାଧ୍ୟମ ପ୍ରତିନିଧି ତୀର୍ଥଙ୍କର ପଟେଲଙ୍କ ଘରେ ଚଢାଉ କରିଥିଲେ । ଚଢାଉ କରିବା ପରେ ଅଭିଯୁକ୍ତ ସମ୍ବାଦିକଙ୍କୁ ଗିରଫ କରିଛି ଜିଏସ୍‌ଟି ଏନଫୋର୍ସମେଣ୍ଟ ଡିପାର୍ଟମେଣ୍ଟ ।

23 ଜଣିଆ ଏହି ଟିମ ଗୁରୁବାର ଟିଟିଲାଗଡ ସହରସ୍ଥିତ ତୀର୍ଥଙ୍କର ପଟେଲକୁ ଗିରଫ କରିବା ସହ ପ୍ରଥମେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ପରଖିଥିଲେ । ସ୍ଥାନୀୟ ଟିଟିଲାଗଡ ଡାକ୍ତରଖାନାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ପରେ ତାଙ୍କୁ ଟିଟିଲାଗଡ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ଏସଡିଜେଏମ ସମ୍ପୃକ୍ତ ବ୍ୟବସାୟୀ ବା ଠକେଇ କରିଥିବା ସାମ୍ବାଦିକଙ୍କ ପକ୍ଷରୁ ଆବେଦନ କରାଯାଇଥିବା ବେଲ ପିଟିସନକୁ ଖାରଜ କରିଥିଲେ ।

ଫଳରେ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ଉପକାରାଗାରକୁ ପଠାଇ ଦିଆଯାଇଛି । ଜିଏସ୍‌ଟି ଏନଫୋର୍ସମେଣ୍ଟ ବିଭାଗର କହିବା ଅନୁଯାୟୀ ଗତ 2017 ମସିହାରୁ ସରକାରଙ୍କ ଟିକସ ଫାଙ୍କୁଥିବା ନେଇ ସନ୍ଦେହ କରାଯାଇଥିଲା । ଏନେଇ ଟିଟିଲାଗଡର ସାଇ ଇଣ୍ଟରନ୍ୟାସନାଲ ମାଇନ୍ସ ଆଣ୍ଡ ମିନେରାଲ୍ସ କମ୍ପାନୀ ଉପରେ ନଜର ରଖାଯାଇଥିଲା ।

ପରେ ଏହି କମ୍ପାନୀର କାର୍ଯ୍ୟକଳାପ ଉପରେ ତଦନ୍ତ କରାଯାଇ ଏହା ଏକ ଜାଲ କମ୍ପାନୀ ବୋଲି ସ୍ପଷ୍ଟ ହୋଇଥିଲା । ପରବର୍ତ୍ତୀ ସମୟରେ ଏହାସହ ସମ୍ପୃକ୍ତ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହି କମ୍ପାନୀ 84 କୋଟି 68 ଲକ୍ଷ ଟଙ୍କା ବିନିଯୋଗ କରିଥିବା ବେଳେ ଜିଏସ୍‌ଟି ବାବଦକୁ 12 କୋଟି 84 ଲକ୍ଷ ଫାଙ୍କିଥିବା ଜଣା ପଡିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details