ଓଡିଶା

odisha

3 ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜେଇ

By

Published : Jun 22, 2020, 8:00 PM IST

ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର କନିଷ୍ଠ ଯନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଗିରଫ ହୋଇଛନ୍ତି । ପକ୍କା ଘର କରି ଦେବା ପାଇଁ 3 ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡିଥିଲେ । ଅଧିକ ପଢନ୍ତୁ...

JE in Vigilance net
3 ହଜାର ଟଙ୍କା ଲାଞ୍ଚ ନେଇ ଭିଡିଲାନ୍ସ ଜାଲରେ ଜେଇ

ବଲାଙ୍ଗୀର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଜେଇ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର କନିଷ୍ଠ ଯନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଗିରଫ ହୋଇଛନ୍ତି । ପକ୍କା ଘର କରି ଦେବା ପାଇଁ 3 ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଥିଲେ ।

3 ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜେଇ

ଅଭିଯୋଗ ଅନୁସାରେ ପାଟଣାଗଡ଼ ରାମପୁରର ଟଙ୍କଧର କୁମ୍ଭାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇ ଘର ପାଇଥିଲେ । ଏଥିପାଇଁ ତିନୋଟି କିସ୍ତିରେ ସେ ଟଙ୍କା ଉଠାଇ ଥିବାବେଳେ ଶେଷ ବା ଚୂଡାନ୍ତ ବିଲ ପାଇଁ ତାଙ୍କୁ ଏହି ଜେଇ ଜଣକ ହଇରାଣ କରିବା ସହ 3 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଏନେଇ ସେ ଲିଖିତ ଭାବରେ ବଲାଙ୍ଗୀର ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଯାହାପରେ ସୋମବାର ଜେଇ ଦେବୀ ପ୍ରସାଦ ଟଙ୍କଧରଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଏଥିସହ ତାଙ୍କ ବାସଭବନ ତଥା ଏନ୍ଏସସି କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details