ଓଡିଶା

odisha

ETV Bharat / state

ଆଇଟି ରେଡ୍‌: ଗଣତି ପରେ ହିସାବ ହେଉଛି ଟଙ୍କା, ୭ମ ଦିନରେ ରେଡ୍‌ ଜାରି - ଓଡ଼ିଶାର ସବୁଠୁ ବଡ଼ ଆଇଟି ରେଡ୍‌

I-T raid continues: ବଲାଙ୍ଗୀରରେ ୭ମ ଦିନରେ ଜାରି ରହିଛି ଆଇଟି ରେଡ୍‌ । ସେପଟେ 5 ଦିନ ଧରି ଗଣତି ହୋଇଥିବା ଟଙ୍କା ଆଜି ହିସାବ କରୁଛନ୍ତି ଆଇଟି ବିଭାଗ ଅଧିକାରୀ । ଅଧିକ ପଢ଼ନ୍ତୁ

୪ ଦିନ ଗଣତି ପରେ ହିସାବ ହେଉଛି ଟଙ୍କା
୪ ଦିନ ଗଣତି ପରେ ହିସାବ ହେଉଛି ଟଙ୍କା

By ETV Bharat Odisha Team

Published : Dec 11, 2023, 7:56 PM IST

ବଲାଙ୍ଗୀର: ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବଲାଙ୍ଗୀର ଆଇଟି ରେଡ୍‌ ଆଜି ବି ସପ୍ତମ ଦିନରେ ଜାରି ରହିଛି । ବଲାଙ୍ଗୀରର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଆଇଟି ବିଭାଗ । ସେପଟେ ଜବତ ଟଙ୍କାର ଗଣତି ପରେ ଆଜି ତାର ମୋଟ ହିସାବ ପ୍ରକ୍ରିୟା ଆରମ୍ଭ ହୋଇଛି । ଟଙ୍କାର ପରିମାଣ ଆଇଟି ବିଭାଗ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଦିଆଯିବ ବୋଲି ସୂଚନା ମିଳିଛି ।

ବଲାଙ୍ଗୀରରେ ହୋଇଥିବା ଓଡ଼ିଶାର ସବୁଠୁ ବଡ଼ ଆଇଟି ରେଡ୍‌ ଆଜି ବି ଜାରି ରହିଛି । ବଲାଙ୍ଗୀର ସମେତ ଟିଟିଲାଗଡରେ ଆଜି ବି ବିଭିନ୍ନ ସ୍ଥାନରେ ସକାଳୁ ରେଡ୍‌ ଜାରି ରଖିଛନ୍ତି ଆଇଟି ଅଧିକାରୀ । ବିଭିନ୍ନ ସ୍ଥାନରେ ଟିଟିଲାଗଡରେ ମଦ ବ୍ୟବସାୟୀ ସଞ୍ଜୟ ସାହୁ ଓ ଦୀପକ ସାହୁଙ୍କ ଘର ତଥା ତାଙ୍କ ମଦ ଭାଟିରେ ଏହି ଚଢାଉ ଜାରି ରହିଛି । ସେହିପରି ବଲାଙ୍ଗୀରରେ ମଧ୍ୟ ସୁଡପଡା ସ୍ଥିତ ରାଜେଶ ସାହୁ ଓ ବଣ୍ଟି ସହୁର ମଦ ଭାଟି ଓ ତାଙ୍କ ଘରେ ଚଢ଼ାଉ ଜାରି ରହିଛି । ସମାନ ଭାବରେ ମଦ ବ୍ୟବସାୟୀ ଭୋଳା ସାହୁଙ୍କ ଘରେ ମଧ୍ୟ ଏହି ଚଢାଉ ଆଜି ସପ୍ତମ ଦିନରେ ଜାରି ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ଆଇଟି ରେଡ: ଶେଷ ହେଲା ଟଙ୍କା ଗଣତି, ମିଳିଲା 300 କୋଟିରୁ ଅଧିକ !

ସେପଟେ ଏମାନଙ୍କ ଠାରୁ ଜବତ ହୋଇଥିବା ବସ୍ତା ବସ୍ତା ଟଙ୍କା ବଲାଙ୍ଗୀର ଏସ୍‌ବିଆଇରେ 5 ଦିନ ଧରି ଗଣତି ପରେ ଆଜି ତାର ମୋଟ ହିସାବ କିତାବ ମଧ୍ୟ ଆରମ୍ଭ ହୋଇଛି । ତେବେ ଏଥିରେ ୧୭୬ଟି ଟଙ୍କା ଭର୍ତ୍ତି ବ୍ୟାଗ୍‌ ସ୍ଥାନୀୟ ଏସ୍‌ବିଆଇ ବ୍ୟାଙ୍କକୁ ଅଣା ଯାଇଥିଲା । ଯାହାକୁ 5 ଦିନ ଧରି ୭୦ ଜଣ ଅଭିଜ୍ଞ ଅଧିକାରୀ ୨୫ଟି ମେସିନରେ ଗଣତି କରିଥିଲେ । ଏହି ଗଣତି ଗତକାଲି ରାତିରେ ସରିଥିବାବେଳେ ଆଜି ଏହାର ମୋଟ ହିସାବ ଆରମ୍ଭ ହୋଇଛି ।

ଏହି ହିସାବ ସରିବା ପରେ କେତେ ଟଙ୍କା ଜବତ ହୋଇଛି, ତାହା ଆଧିକାରୀକ ଭାବେ ସ୍ପଷ୍ଟ ହେବ ବୋଲି କୁହାଯାଇଛି । ତେବେ ଏହି ଟଙ୍କାର ପରିମାଣ ପ୍ରାୟ ୩ ଶହ କୋଟି ଟଙ୍କାରୁ ଅଧିକ ହେବା ଆଶଙ୍କା କରାଯାଉଛି । ସେପଟେ ଏହାକୁ ନେଇ ଏଯାଏଁ ବ୍ୟାଙ୍କ୍‌ କିମ୍ବା ଆଇଟି ବିଭାଗ କୌଣସି ସ୍ପଷ୍ଟୀକରଣ ଦେଇ ନାହାନ୍ତି । ତେବେ ସୂଚନା ଅନୁସାରେ ଏହି ଟଙ୍କାର ହିସାବ ସରିବା ପରେ ଏହି ବ୍ୟାଙ୍କରେ ଏହାକୁ ଆଇଟି ବିଭାଗ ଆକାଉଣ୍ଟରେ ଜମା କରାଯିବ ବୋଲି କୁହାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details