ଓଡିଶା

odisha

ETV Bharat / state

ମହମ୍ମଦ ଜୟନ୍ତୀ: ଶାନ୍ତି ଓ ମୈତ୍ରୀର ବାର୍ତ୍ତା ବାଣ୍ଟିଲେ ଇସଲାମ ଭାଇଭଉଣୀ - ମହମ୍ମଦ ଜୟନ୍ତୀ

ଆଜି ମୁସଲମାନ ମାନଙ୍କର ଧର୍ମଗୁରୁ ମହମ୍ମଦଙ୍କ ଜୟନ୍ତୀ । ଶାନ୍ତି ଓ ମୈତ୍ରୀର ବାର୍ତ୍ତା ବାଣ୍ଟିଲେ ବଲାଙ୍ଗୀର ସହରର ଇସଲାମ ଭାଇଭଉଣୀ । ଅଧିକ ପଢନ୍ତୁ

ମହମ୍ମଦ ଜୟନ୍ତୀ: ଶାନ୍ତି ଓ ମୈତ୍ରୀର ବାର୍ତ୍ତା ବାଣ୍ଟିଲେ ଇସଲାମ ଭାଇଭଉଣୀ
ମହମ୍ମଦ ଜୟନ୍ତୀ: ଶାନ୍ତି ଓ ମୈତ୍ରୀର ବାର୍ତ୍ତା ବାଣ୍ଟିଲେ ଇସଲାମ ଭାଇଭଉଣୀ

By

Published : Oct 9, 2022, 3:21 PM IST

ବଲାଙ୍ଗୀର: ଆଜି ମୁସଲମାନମାନଙ୍କର ଧର୍ମଗୁରୁ ମହମ୍ମଦଙ୍କ ଜୟନ୍ତୀ । ଯେଉଁଥିରେ ବଲାଙ୍ଗୀର ସହରର ମୁସଲମାନ ସମ୍ପ୍ରଦାୟର ଲୋକେ ଏଠି ଧୁମଧାମରେ ଏହାକୁ ପାଳନ କରିବା ସହ ସହରବାସୀଙ୍କୁ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ଦେଇଛନ୍ତି (Islamic brother sister observed Muhammad Jayanti )। ତେବେ ଏଥିରେ ଆଜି ବଲାଙ୍ଗୀରର ସମସ୍ତ ମୁସଲମାନ ଭାଇମାନେ ଆଜି ସ୍ଥାନୀୟ ସୁନ୍ନି ସଦର ମସଜିଦ ଠାରୁ ଏକ ଶାନ୍ତି ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ।

ମହମ୍ମଦ ଜୟନ୍ତୀ: ଶାନ୍ତି ଓ ମୈତ୍ରୀର ବାର୍ତ୍ତା ବାଣ୍ଟିଲେ ଇସଲାମ ଭାଇଭଉଣୀ

ମହମ୍ମଦଙ୍କ ଶାନ୍ତି ମୈତ୍ରୀର ମୂଳମନ୍ତ୍ରକୁ ନେଇ ଲୋକଙ୍କୁ ଅବଗତ କରିବା ସହ ସମସ୍ତଙ୍କୁ ଏହି ଶାନ୍ତି ବାର୍ତ୍ତା ବାଣ୍ଟିଛନ୍ତି । ସେହିପରି ମହମ୍ମଦ ଜୟନ୍ତୀ ଉପଲକ୍ଷେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥବା ଶିଶୁମାନଙ୍କୁ ପୁରସ୍କାର ବଣ୍ଟନ ଓ ସମ୍ବର୍ଦ୍ଧନା ଜ୍ଞାପନ ମଧ୍ୟ କରାଯାଇଛି । ସେହିପରି ଆଜି ଏହି ଜୟନ୍ତୀକୁ ଏକ ବଡ଼ ଉତ୍ସବ ଭାବରେ ପାଳନ କରୁଛନ୍ତି ବଲାଙ୍ଗୀର ମୁସଲମାନ ଭାଇ ଭଉଣୀମାନେ । ଏଥିରେ ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ ଏମାନେ ସାମିଲ କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details