ଓଡିଶା

odisha

ETV Bharat / state

ଧାନ କିଣାରେ ଘୋର ଅବ୍ୟବସ୍ଥା ଅଭିଯୋଗ, ଚିନ୍ତାରେ ଚାଷୀ - ମଣ୍ଡିରେ ପଡିି ରହିଛି ଧାନ

ବଲାଙ୍ଗୀର ଜିଲ୍ଲା ସଇଁତରା ବ୍ଲକରେ ଧାନ ବିକ୍ରିରେ ଅବ୍ୟବସ୍ଥା ଅଭିଯୋଗ । ମଣ୍ଡିରେ ଧାନ ବିକ୍ରି ନ କରି ପାରି ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ...

ମଣ୍ଡିରେ ପଡିି ରହିଛି ଧାନ
ମଣ୍ଡିରେ ପଡିି ରହିଛି ଧାନ

By

Published : Jan 7, 2021, 7:32 AM IST

ବଲାଙ୍ଗୀର:ଜିଲ୍ଲାରେ ଧାନ କିଣାକୁ ନେଇ ଘୋର ଅବ୍ୟବସ୍ଥା ଅଭିଯୋଗ । ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକରେ ଧାନ ବିକ୍ରି ନ କରିପାରି ଚିନ୍ତାରେ ଚାଷୀ । ଏପଟେ ଏନେଇ ଯୋଗାଣ ବିଭାଗଙ୍କ ସହ ଆଲୋଚନା ପରେ ସେ ସବୁ ଠିକ ଥିବା କହିଛନ୍ତି ।

ବିକ୍ରି ହୋଇପାରୁନି ଧାନ

ଗତ ନଭେମ୍ବର ମାସରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ହେଲେ ଏ ଯାଏଁ ମଣ୍ଡିରେ ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ । ମଣ୍ଡିକୁ ଧାନ ବିକ୍ରି କରିବାକୁ ଆସି ଦିନ ରାତି ଅପେକ୍ଷା ଚାଷୀକୁ ଅପେକ୍ଷା କରିବାକୁ ପଡୁଛି । ଶୀତ କାକରରେ ମଣ୍ଡିରେ ଧାନକୁ ଜଗି ରହୁଛି ଚାଷୀ । ଅନେକ ମଣ୍ଡିରେ ଦଲାଲ ଓ ବେପାରୀଙ୍କ ଅଗ୍ରାଧୀକାର ଭିତ୍ତିରେ ଉଠା ଯାଉଛି । ହେଲେ ପ୍ରକୃତ ଚାଷୀ ତାଙ୍କ ଧାନ ବିକ୍ରି ନ କରିପାରି ବହୁ ଅସୁବିଧାର ସମ୍ମୁଖୀନ ହେଇଛନ୍ତି । ଏଥର ଭଲ ଧାନ ଅମଳ ହୋଇଥିବା ବେଳେ ଚାଷୀ ଏହାକୁ ବିକ୍ରି କରି ଭଲ ରୋଜଗାର ଆଶା ରଖିଥିଲା ।

ଏହା ସହ ଚାଷ ପାଇଁ ନେଇଥିବା ଋଣ ଶୁଝିବା ଓ ଅନ୍ୟାନ୍ୟ ଜରୁରୀ ଖର୍ଚ୍ଚ କରିବାର ଆଶା ରଖିଥିଲେ ଚାଷୀ । ହେଲେ ଧାନ ବିକ୍ରି କରିବାକୁ ଆସି କେତେବେଳେ କଟନୀ ଛଟନୀର ଶିକାର ହେଉଥିବା ବେଳେ କେତେବେଳେ ଧାନ ବିକ୍ରି କରି ନ ପାରି ହଇରାଣ ହେଉଛନ୍ତି । ଧାନ ବିକ୍ରି ପାଇଁ କେତେବେଳେ ମିଲରର ଗାଡ଼ି ଆସି ନାହିଁ ତ କେତେବେଳେ ଟୋକନର ସମୟ ଆସି ନାହିଁ ବୋଲି ଜବାବ ଶୁଣିବାକୁ ପାଉଛନ୍ତି । ସେପଟେ ଏହି ସବୁ ଅଭିଯୋଗକୁ ସମ୍ପୂର୍ଣ ଅସ୍ବୀକାର କରିଛନ୍ତି ଯୋଗାଣ ବିଭାଗ ଅଧିକାରୀ । 174 ପେକ୍ସରେ ସୁରୁଖୁରରେ ଧାନ କିଣା ଚାଲିଥିବା ବେଳେ ଏଯାଏଁ 20 ଲକ୍ଷ୍ୟ 25 ହଜାର କ୍ବୁଣ୍ଟାଲ ଧାନ କିଣା ସରିଥିବା ବିଭାଗ କହିଛି । ସେହିପରି ଯେଉଁଠି ସମସ୍ୟା ଆସୁଛି ତାହାର ତୁରନ୍ତ ସମାଧାନ ହେଉଛି ବୋଲି ବିଭାଗ କହିଛି । ଗୋଟିଏ ପଟେ ଅଧିକାରୀ ଧାନ କିଣା ପ୍ରକ୍ରିୟା ଠିକ୍ ଥିବାର କହୁଥିବା ବେଳେ ପ୍ରକୃତରେ ତାହା ହେଉ ନାହିଁ ଯାହାର ଫଳ ଚାଷୀ ଭୋଗୁଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details