ଓଡିଶା

odisha

ETV Bharat / state

ଅବ୍ୟବସ୍ଥାରେ ଚାଲିଛି ଷ୍ଟାଫନର୍ସ ନିଯୁକ୍ତି, ଅସନ୍ତୋଷ ଆଶାୟୀ - ନର୍ସ ନିଯୁକ୍ତି ବେଳେ ବିଶୃଙ୍ଖଳା

ବଲାଙ୍ଗୀର ମେଡିକାଲ କଲେଜ ପାଇଁ ନିଯୁକ୍ତି ଚାଲିଥିବା ବେଳେ ଦେଖାଦେଇଥିଲା ବିଶୃଙ୍ଖଳା । 80ଟି ଖାଲି ପଦବୀ ପାଇଁ ପହଞ୍ଚିଥିଲେ 3000 ହଜାରରୁ ଉର୍ଦ୍ଧ୍ବ ଆଶାୟୀ । ଯାହା ଫଳରେ ସୃଷ୍ଟି ହୋଇଥିଲା ବିଶୃଙ୍ଖଳା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

By

Published : Nov 1, 2019, 11:04 PM IST

ବଲାଙ୍ଗୀର: ଷ୍ଟାଫ ନର୍ସ ନିଯୁକ୍ତି ସମୟରେ ବିଶୃଙ୍ଖଳା । ବଲାଙ୍ଗୀର ମେଡିକାଲ କଲେଜ ପାଇଁ ନିଯୁକ୍ତି ଚାଲିଥିବା ବେଳେ ଦେଖାଦେଇଥିଲା ବିଶୃଙ୍ଖଳା । 80 ଟି ଖାଲି ପଦବୀ ପାଇଁ ପହଞ୍ଚିଥିଲେ 3000 ହଜାରରୁ ଉର୍ଦ୍ଧ୍ବ ଆଶାୟୀ । ଯାହା ଫଳରେ ସୃଷ୍ଟି ହୋଇଥିଲା ବିଶୃଙ୍ଖଳା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ତେବେ ଆଶାୟୀ ମାନେ ଲମ୍ବା ଲାଇନରେ ଛିଡା ହୋଇଥିବା ବେଳେ ପିଇବା ପାଣି କିମ୍ବା କୌଣସି ଆଶ୍ରୟର ବ୍ୟବସ୍ଥା କରା ଯାଇନଥିଲା। ଫଳରେ ଆଶାୟୀ ମାନେ ନାହିଁ ନଥିବା ଅସୁବିଧା ଭୋଗ କରିଥିଲେ। ସେପଟେ ନିଯୁକ୍ତି ପାଇଁ ଆବେଦନ ପତ୍ର ଗ୍ରହଣ କରାଯିବା ସମୟରେ ବ୍ୟବସ୍ଥା ସଠିକ ନଥିବାରୁ ହଜାର ହଜାର ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରଥମେ ଯିବା ପାଇଁ ଟଣାଓଟରା ଆରମ୍ଭ ହୋଇଥିଲା। ତେବେ ପରେ ବଲାଙ୍ଗୀର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା ।


ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details