ବଲାଙ୍ଗୀର:ବଙ୍ଗୋମୁଣ୍ଡା ସିନ୍ଧେକେଲା ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଖୁଣ୍ଟରେ ପିଟି ହେଲା ବାଇକ। ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ଜଣେ ଗୁରୁତର ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣା ପଡ଼ିଛି।
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସିନ୍ଧେକେଲା ରାସ୍ତାରେ ଗୋଟିଏ ବାଇକରେ 3 ଜଣ ବସି ଯାଉଥିଲେ। ତେବେ କୌଣସି କାରଣ ବାଇକଟି ଭାରସାମ୍ୟ ହରାଇ ବସିଥିଲା। ଫଳରେ ରାସ୍ତାକଡ଼ରେ ଥିବା ଏକ ଖୁଣ୍ଟି ସହ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।