ବଲାଙ୍ଗୀର: ଜିଲ୍ଲାରେ କୋରୋନା ପରିସ୍ଥିତି ଅସମ୍ଭାଳ ହୋଇଥିବା ବେଳେ ଦୈନିକ 100 ରୁ ଉର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ଚିନ୍ହଟ ହେଉଛନ୍ତି। ସେହିପରି ଜିଲ୍ଲାରେ କୋରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ବାରେ ଲାଗିଥିବା ବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି।
ତେବେ ମଙ୍ଗଳବାର ବଲାଙ୍ଗୀର ଜିଲ୍ଲାରେ 101 କୋରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ବେଳେ 22 ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି। ସେହିପରି ବଲାଂଗୀର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4 ହଜାର ପାର ହୋଇଥିବା ବେଳେ ଏବେ ମୋଟ ସଂଖ୍ୟା 4ହଜାର 1 ଶହ 16 ରହିଛି।