ଓଡିଶା

odisha

ETV Bharat / state

ବେଆଇନ କଫ ସିରଫ ଜବତ, 2 ଗିରଫ - ବଲାଙ୍ଗୀର ଜିଲ୍ଲା ନ୍ୟୁଜ

ପୋଲିସ ହାତରେ ଧରା ପଡିଲେ ବେଆଇନ କଫ ସିରଫ ଅଭିଯୁକ୍ତ । ଦୀର୍ଘ ଦିନରୁ କରିଆସୁଥିଲେ ଏହି କାରବାର । ଅଧିକ ପଢନ୍ତୁ...

ବେଆଇନ କଫ ସିରଫ ଜବତ, 2 ଗିରଫ
ବେଆଇନ କଫ ସିରଫ ଜବତ, 2 ଗିରଫ

By

Published : May 7, 2021, 12:48 PM IST

ବଲାଙ୍ଗୀର: ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ବ୍ୟାପକ ପରିମାଣରେ ବେଆଇନ କଫ ସିରଫ କାରବାର ଚାଲିଥିବାର ଅଭିଯୋଗ ହୋଇ ଆସୁଥିଲା । ତେବେ ପୋଲିସ ଏହାକୁ ଠାବ କରିବା ପାଇଁ ଜାଲ ବିଛାଇ ନିଜେ ଏହାର ଗ୍ରାହକ ସାଜି ବିପୁଳ ପରିମାଣର ବେଆଇନ କଫ ସିରଫ ଜବତ କରିବାରେ ସଫଳ ହୋଇଛି।

ବେଆଇନ କଫ ସିରଫ ଜବତ, 2 ଗିରଫ

ତେବେ ଖପ୍ରାଖୋଲକୁ ଚାଲାଣ ବେଳେ ପୋଲିସ ଏକ ଇଣ୍ଡିକା ଗାଡିକୁ ଖପ୍ରାଖୋଲ ତହସିଲ ସାମନାରେ ଅଟକାଇ ଥିଲା । ଆଉ ଗାଡି ମଧ୍ୟରୁ ବିପୁଳ ପରିମାଣରେ ବେଆଇନ ଏସ କଫ ସିରଫ ଜବତ କରିଥିଲା।

ସେହିପରି ଏଥିରେ ସମ୍ପୃକ୍ତ ଥିବା ପାଟଣାଗଡ଼ କାଦୋ ପଡ଼ାର ଦୁଇ ମୁଖ୍ୟ ଅଭିଯୁକ୍ତ ରିଙ୍କୁ ଜୈନ ଓ ସୁନୀଲ ପାତ୍ରଙ୍କୁ ପୋଲିସ ଗିରଫ କରିଛି । ବର୍ତ୍ତମାନ ଏଦିଗରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ବଲାଙ୍ଗୀରରୁ ସେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details