ଓଡିଶା

odisha

ETV Bharat / state

ବେଧଡକ ଚାଲିଛି ବେଆଇନ ଇଟା ଭାଟି, ପ୍ରଶାସନ ଚୁପ୍

ବଲାଙ୍ଗୀରରେ ବହୁ ସଂଖ୍ୟାରେ ବେଆଇନ ଇଟାଭାଟି ଗଢି ଉଠିଥିବା ବେଳେ ନୀରବ ଦ୍ରଷ୍ଟା ସାଜିଛି ପ୍ରଶାସନ । ଅଧିକ ପଢନ୍ତୁ...

illegal-clay-brick-kilns-in-balngir
ବେଧଡକ ଚାଲିଛି ବେଆଇନ ଇଟା ଭାଟି, ପ୍ରଶାସନ ଚୁପ୍

By

Published : May 29, 2021, 7:21 AM IST

ବଲାଙ୍ଗୀର: ଜିଲ୍ଲାରେ ଏବେ ବେଆଇନ ଇଟା ଭାଟି ଛତୁ ଫୁଟିଲା ପରି ଗଢି ଉଠିଥିବା ହେଲେ ହାତ ବାନ୍ଧି ଚୁପ ବସିଛି ପ୍ରଶାସନ । ତେବେ ବିଶେଷ କରି ପୁଇନ୍ତଳା ବ୍ଲକରେ ଏହିଭଳି ବହୁ ସଂଖ୍ୟାରେ ବେଆଇନ ଇଟାଭାଟି ଗଢି ଉଠିଛି । ଯେଉଁଥିରେ ଇଟାଭାଟି ମାଲିକମାନେ ସବୁ ନିୟମକୁ ଜଳାଞ୍ଜଳି ଦେଇଥିବା ବେଳେ ମୂଲ୍ୟବାନ ଜଙ୍ଗଲ ଜମି ମଧ୍ୟ ନଷ୍ଟ କରିବାରେ ଲାଗିଛନ୍ତି ।

ବେଧଡକ ଚାଲିଛି ବେଆଇନ ଇଟା ଭାଟି, ପ୍ରଶାସନ ଚୁପ୍

ସେହିପରି ଜଙ୍ଗଲର ମୂଲ୍ୟବାନ ଗଛ ସବୁ କାଟି ଏହି ଇଟା ଭାଟିରେ ଏମାନେ ବ୍ୟବହାର କରୁଥିବାର ସଙ୍ଗୀନ ଅଭିଯୋଗ ଆସିଛି । ଯାହା ଦ୍ୱାରା ପରିବେଶ ନଷ୍ଟ ହେଉଥିବା ବେଳେ ଗ୍ରାମାଞ୍ଚଳରେ ତାପମାତ୍ରା ମଧ୍ୟ ବୃଦ୍ଧି ପାଉଥିବାର ଲୋକେ ଅଭିଯୋଗ କରିଛନ୍ତି ।

ଏହି ସବୁ ବେଆଇନ କାରବାର ଖୁଲମ ଖୁଲା ଚାଲିଥିବା ବେଳେ ପ୍ରଶାସନ ଓ ଜଙ୍ଗଲ ବିଭାଗ ଚୁପ ବସି ଥିବାର ଅଭିଯୋଗ ହୋଇଛି । ଅନ୍ୟପଟେ ସଂପୃକ୍ତ ଅଞ୍ଚଳର ଆର ଆଇ ଏସବୁ ଉପରେ ନଜର ରଖିଥିବା ବେଳେ ବେଆଇନ ଇଟାଭାଟି ଥିବାର ସେ ନିଜେ ସ୍ପଷ୍ଟ କରିଛନ୍ତି । ଏହିଭଳି ଇଟା ଭାଟି ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିବାର ସେ କହିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ABOUT THE AUTHOR

...view details