ବଲାଙ୍ଗୀର:ତେଲେଙ୍ଗାନାରେ ବଲାଙ୍ଗୀରର ଇଟିଭାଟି ଶ୍ରମିକ ଦୁର୍ଘଟଣାର ମୃତ୍ୟୁ ଘଟଣା । ରାଜ୍ୟ ସରକାରଙ୍କ ପକ୍ଷରୁ ପରବାରକୁ ସହାୟତା କରାଯିବ ବୋଲି ରାଜ୍ୟ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି । ଜିଲ୍ଲାରେ ଦାଦନ ଦୁଃଖ ସରିବାର ନାଁ ନେଉ ନ ଥିବା ବେଳେ ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଯାଇ ଦୁର୍ଘଟଣାର ଶିକାର ହୋଇଛନ୍ତି ।
ବଲାଙ୍ଗୀର ଜିଲ୍ଲାରେ ଦାଦନ ସମସ୍ୟା ଲାଗି ରହିଥିବାବେଳେ ବାହାରକୁ ଯାଇ ଜୀବନ ହାରୁଛନ୍ତି। ତେବେ ବଲାଙ୍ଗୀର ମୁରିବାହଲ ବ୍ଲକର ପାଞ୍ଚ ଜଣ ଓ ସଇଁତଳା ବ୍ଲକର ଜଣେ ତେଲେଙ୍ଗାରନାର ରାଜଧାନୀ ହାଇଦ୍ରାବାଦରେ ଇଟାଭାଟିରେ କାମ କରିବାକୁ ଯାଇଥିଲେ। ସେଠାରୁ ସେମାନେ ପନିପରିବା କିଣି ଫେରୁଥିବାବେଳେ ସମସାବାଦ ନିକଟରେ ଟ୍ରକଟି ଓଲଟି ଯାଇଥିଲା । ଘଟଣାସ୍ଥଳରେ 5 ଜଣଙ୍କ ମୃତ୍ୟୁ ହୋଇଥିଲା ଅନ୍ୟ ଜଣେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଏହି ଦୁର୍ଘଟଣାରେ ମୋଟ 6 ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ପଇସା ରୋଜଗାର କରିବା ପାଇଁ ବାହାର ରାଜ୍ୟକୁ ଯାଇଥିବାବେଳେ ଏ ଭଳି ଅଭାବନୀୟ ଘଟଣା ଘଟିଛି । ଯାହାକୁ ନେଇ ମୃତକଙ୍କଗାଁରେ ଶୋକର ଛାୟା ଖେଳି ଯାଇଥିବା ବେଳେ ପରିବାର ଲୋକେ କ୍ଷତି ପୂରଣ ଦାବି କରିଛନ୍ତି।