ବଲାଙ୍ଗୀର:ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ ହାଣି ନିର୍ମମ ଭାବରେ ହତ୍ୟା କରିଛି ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଭାଲୁମୁଣ୍ଡା ଗ୍ରାମରେ । ତେବେ ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି ।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଗୋଦାବରୀଶ ସାହୁ ଓ ତାଙ୍କ ସ୍ତ୍ରୀ ରିନା ସାହୁଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲା । ଯାହା ଶନିବାର କଳହର ଉଗ୍ର ରୂପ ନେଇଥିଲା । ଶେଷରେ ସ୍ବାମୀ ନିଜ ସ୍ତ୍ରୀକୁ ଏକ ଧାରୁଆ ପନିକିରେ ହାଣି ଅତି ନିର୍ମମ ଭାବରେ ହତ୍ୟା କରିଛି।