ଓଡିଶା

odisha

ETV Bharat / state

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀ କୁ ହତ୍ୟା କରି ସ୍ବାମୀର ଆତ୍ମହତ୍ୟା

ବଲାଙ୍ଗୀରରେ ପାରିବାରିକ କଳହରୁ ସ୍ତ୍ରୀ କୁ ହତ୍ୟା କରି ସ୍ବାମୀର ଆତ୍ମହତ୍ୟା । ଘଟଣାସ୍ଥଳରେ ବଲାଙ୍ଗୀର ପୋଲିସ ସହିତ ସାଇଣ୍ଟିକଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଧିକ ପଢ଼ନ୍ତୁ

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀ କୁ ହତ୍ୟା କରି ସ୍ବାମୀର ଆତ୍ମହତ୍ୟା
ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀ କୁ ହତ୍ୟା କରି ସ୍ବାମୀର ଆତ୍ମହତ୍ୟା

By

Published : Aug 23, 2022, 5:06 PM IST

ବଲାଙ୍ଗୀର: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀ କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସ୍ଵାମୀ କଲା ଆତ୍ମହତ୍ୟା । ନିଜ ଜମିରେ ସ୍ତ୍ରୀର କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ବେଳେ ଗଛରେ ସ୍ବାମୀର ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାର ବେଲପଡା ଥାନା ଅନ୍ତର୍ଗତ ଡିବିରିପାଲି ଗ୍ରାମରେ । ଘଟଣାସ୍ଥଳରେ ସାଇଣ୍ଟିକଫିକ ଟିମ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀ କୁ ହତ୍ୟା କରି ସ୍ବାମୀର ଆତ୍ମହତ୍ୟା

ସୂଚନା ଅନୁସାରେ ଆଜି (ମଙ୍ଗଳବାର) ସକାଳେ ଏହି ଗ୍ରାମର ଭକ୍ତ ନାୟକ ଏବଂ ତାଙ୍କର ସ୍ତ୍ରୀ ଯଶୋଦା ନାୟକ ବିଲକୁ କାମ କରିବା ପାଇଁ ଯାଇଥିଲେ । ତେବେ ସେଠାରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ବଚସାକୁ କେନ୍ଦ୍ର କରି ପ୍ରଥମେ ଭକ୍ତ ନିଜ ସ୍ତ୍ରୀ ଯଶୋଦାଙ୍କ ମୁଣ୍ଡକୁ ଏକ ଟାଙ୍ଗିଆରେ ଆଘାତ କରିବାରୁ ଘଟଣାସ୍ଥଳରେ ଯଶୋଦାଙ୍କର ମୃତ୍ୟୁ ହୋଇଥିଲା । ପରେ ଭକ୍ତ ବିଲ ପାଖରେ ଥିବା ଏକ ଗଛରେ ଚଢି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା । ଖବର ପାଇ ବେଲପଡା ପୋଲିସ ସହିତ ବଲାଙ୍ଗିରରୁ ସାଇଣ୍ଟିକଫିକ ଟିମ ଆସି ଅଧିକ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ତଥା ପରିବାର ଲୋକଙ୍କ କହିବା ମୁତାବକ ପାରିବାରିକ ଗଣ୍ଡଗୋଳରୁ ଏହି ହତ୍ୟା କାଣ୍ଡ ହୋଇଥିବା ଜଣାପଡ଼ିଛି ।

ଏନେଇ ମୃତକ ଭକ୍ତ ନାୟକର କାକା ଜଗତ ନାୟକ କହିଛନ୍ତି, "ସେମାନେ ସକାଳ ସମୟରେ ଘରୁ ଚାହା ପିଇ କାମ କରିବା ପାଇଁ ବିଲକୁ ଯାଇଥିଲେ । ସେଠାରେ ସେମାନଙ୍କ ଭିତରେ କଣ ପାଇଁ ଝଗଡ଼ା ଲାଗିଲା ତାହା କେହି ଜାଣି ନାହାନ୍ତି । ତେବେ ତାଙ୍କର ସମ୍ପର୍କୀୟ ପୁତୁରା ଗାଧେଇବା ପାଇଁ ଆସିଥିବା ବେଳେ ଯଶୋଦା ପଡ଼ିଥିବାର ଦେଖି ଘରେ ଜଣାଇଥିଲା । ମୋ ସ୍ତ୍ରୀ ଫୋନଯୋଗେ ଜଣାଇବା ପରେ ମୁଁ ଦୌଡି ଆସି ଦେଖିଲି ଦୁଇ ଜଣଙ୍କର ମୃତ୍ଯୁ ଦେହ ଜମିରେ ପଡିଛି । ଏହାପରେ ପୋଲିସକୁ ଜଣାଇଥିଲି । ତେବେ କେଉଁ କାରଣରୁ ସେମାନଙ୍କ ମଧ୍ୟରେ ଝଗଡ଼ା ହେଲା ଆମେ ଜାଣିନାହୁଁ ।" ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳକୁ ଆସି ଉଭୟ ସ୍ବାମୀ ସ୍ତ୍ରୀଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ସେପଟେ ଘଟଣା ସମ୍ପର୍କରେ ଅଧିକ ତଦନ୍ତ କଲା ପରେ ସଠିକ କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details