ଓଡିଶା

odisha

ETV Bharat / state

ଯୌତୁକ ଲୋଭରେ ବଧୂହତ୍ୟା, ସ୍ବାମୀକୁ ଅଟକ ରଖି ତଦନ୍ତ କରୁଛି ପୋଲିସ - ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ଵାମୀ

ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ଇନପୁର ଗାଁରେ ଯୌତୁକ ପାଇଁ ସ୍ତ୍ରୀକୁ ସ୍ଵାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତଦେହ ଜବତ କରି ତଦନ୍ତ ଚଳାଇଛି ପୋଲିସ । ଅଧିକ ପଢ଼ନ୍ତୁ

ଯୌତୁକ ଲୋଭରେ ବଧୂହତ୍ୟା
ଯୌତୁକ ଲୋଭରେ ବଧୂହତ୍ୟା

By

Published : Apr 1, 2023, 5:24 PM IST

Updated : Apr 1, 2023, 6:35 PM IST

ଯୌତୁକ ଲୋଭରେ ବଧୂହତ୍ୟା

ବଲାଙ୍ଗୀର: ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ଵାମୀ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ଇନପୁର ଗାଁରୁ । ମୃତକ ଜଣକ ହେଲେ ସଙ୍ଗୀତା ଛତର । ସଙ୍ଗୀତାଙ୍କ ବାପଘର ଲୋକଙ୍କ ଅଭିଯୋଗ ଅନୁସାରେ ଗତକାଲି ସିଡ଼ିରୁ ପଡି ସଙ୍ଗୀତାର ମୃତ୍ୟୁ ହୋଇଥିବା ଖବର ଦେଇଥିଲେ ତାଙ୍କ ଶ୍ବଶୁର ଘର ଲୋକେ । ହେଲେ ସେଠାରେ ପହଞ୍ଚିବା ପରେ ସେମାନେ ତାଙ୍କ ଝିଅର ବେକରେ ଦଉଡ଼ି ବନ୍ଧା ହୋଇଥିବାର ଦେଖିବାକୁ ପାଇଥିଲେ । ଯାହା ପରେ ସେମାନେ ଶାଶୁଘର ଲୋକେ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ନେଇ ଏମାନେ ଅଭିଯୋଗ ଆଣିଛନ୍ତି ।

ତେବେ ଏନେଇ ମୃତ ସଙ୍ଗୀତାଙ୍କ ବାପା କହିଛନ୍ତି, "ବିବାହ ପରଠାରୁ ଶାଶୁଘର ଲୋକେ ସଙ୍ଗୀତାଙ୍କୁ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ । ବାରମ୍ବାର ଏହାକୁ ନେଇ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଏପରିକି ନିକଟରେ ଏକ ଗାଡି ଦେବାକୁ ମଧ୍ୟ ସେମାନେ ଦାବି କରିଥିଲେ । କିନ୍ତୁ ଆର୍ଥିକ ଅବସ୍ଥା ଖରାପ କାରଣରୁ ଆମେ କିଛି ଦେଇପାରୁ ନଥିଲୁ ।" ତେବେ ଗତକାଲି ଶାଶୁଘର ଲୋକେ ତାଙ୍କ ଝିଅକୁ ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କୁ ହତ୍ୟା କରି ପରେ ଆତ୍ମହତ୍ୟା ରୂପ ଦେଇଥିବାର ସେ କହିଛନ୍ତି । ସେପଟେ ଏହାର ଅଭିଯୋଗ ଲରମ୍ଭା ଥାନାରେ ହେବାପରେ ପୋଲିସ୍ ଏକ ଯୌତୁକ ନିର୍ଯାତନା ଓ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସେହିପରି ସଙ୍ଗୀତାଙ୍କ ଶାଶୁଘରକୁ ଯାଇ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବାକୁ ପଠାଇବା ସହ ସାଇଣ୍ଟିଫିକ ଟିମ୍ ସହ ତଦନ୍ତ ଆରମ୍ଭ କରିଛି । ତେବେ ଏନେଇ ପାଟଣାଗଡ଼ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା କହିଛନ୍ତି, "ଅଭିଯୋଗ ଅନୁସାରେ ଲରମ୍ଭା ଥାନାରେ ଏକ ଯୌତୁକ ନିର୍ଯାତନା ଓ ହତ୍ୟା ମାମଲା ରୁଜୁ ହୋଇଛି । ଯେଉଁଥିରେ 498A, 302, 34 ଆଇପିସି ଓ 4 ଡିପି ଆକ୍ଟ୍‌ରେ ମାମଲା ରୁଜୁ ହୋଇଛି ।" ସେହିପରି ମୃତକଙ୍କ ସ୍ବାମୀଙ୍କୁ ଅଟକ ରଖାଯାଇଥିବା କଥା କହିଛନ୍ତି ପାଟଣାଗଡ଼ SDPO ଜ୍ୟୋତିର୍ମୟ ଭୁକ୍ତା । ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ବର୍ତ୍ତମାନ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ସେ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Apr 1, 2023, 6:35 PM IST

ABOUT THE AUTHOR

...view details