ଓଡିଶା

odisha

By

Published : Oct 31, 2019, 3:12 PM IST

ETV Bharat / state

ବଲାଙ୍ଗୀର ସାଲେପଡାରେ ନରବଳି ଅଭିଯୋଗ !

ବଲାଙ୍ଗୀରରେ ନରବଳି ଅଭିଯୋଗ । ବୃଦ୍ଧଙ୍କ ସନ୍ଦେହ ଜନକ ମୃତ ଦେହ ଉଦ୍ଧାର ପରେ ବଳି ଅଭିଯୋଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ସାଲେପଡା ଗାଁରେ ଏକ ପରିତ୍ୟକ୍ତ କୂଅରୁ ଜଣେ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ବୃଦ୍ଧା ଜଣକ ନିକଟସ୍ଥ ମନ୍ଦିରର ମୁଖ୍ୟ ପୂଜକଙ୍କ ଠାରୁ ତନ୍ତ୍ର ବିଦ୍ୟା ଶିକ୍ଷା କରୁଥିବା ବେଳେ ତାଙ୍କର ମୃତଦେହ କୂଅରୁ ଉଦ୍ଧାର ହୋଇଛି ।


ମୃତ ବୃଦ୍ଧ ଜଣକ ହେଉଛନ୍ତି ଭୂଜବଳ ପାରାଭୁଏ ଘର ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା ଗାଁରେ । ତେବେ ସେ ସଲେପଡା ଗ୍ରାମ ସ୍ଥିତ ଶ୍ୟାମା କାଲି ମନ୍ଦିର ମୁଖ୍ୟ ପୂଜକ ଚୌବନ କିଶୋର ମାଝିଙ୍କ ଠାରୁ ତନ୍ତ୍ର ବିଦ୍ୟା ଶିକ୍ଷା କରୁଥିବା ଜଣାପଡିଛି ।

ମୃତଦେହ ଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।

ଅନ୍ୟପଟେ ଭୁଜବଲଙ୍କୁ ସାଲେପଡା ଗାଁର ଜଣେ ବାବା ବଳି ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ପୋଲିସ ଉକ୍ତ ବାବାଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ।


ବଲାଙ୍ଗୀରରୁ ସେକ ମହମ୍ମଦ ୱାଇଦ, ଇଟିଭି ଭାରତ

ABOUT THE AUTHOR

...view details