ବଲାଙ୍ଗୀର:ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ବେଆଇନ କଫ ସିରଫ କାରବାର । ଏନେଇ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର କଫ ସିରଫ ଜବତ ସହ ୭ଜଣଙ୍କୁ ଗିରଫ କଲା ବଲାଙ୍ଗୀର ପୋଲିସ ।
ସୂଚନା ଅନୁଯାୟୀ ଜିଲ୍ଲାରେ କଫ ସିରଫ କାରବାରରେ ରୋକ ଲଗାଇବା ପାଇଁ ବଲାଙ୍ଗୀର ପୋଲିସ ଏକ ସ୍ବତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିଥିଲା । ଏନେଇ ବିଭନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ବେଳେ ଏଥିରେ ସଂପୃକ୍ତ ଥିବା ୭ଜଣଙ୍କୁ ଗିରଫ କରିଛି ପୋଲିସ ।