ବଲାଙ୍ଗୀର:କୋରୋନା ପରିସ୍ଥିତି ଅସମ୍ଭାଳ ଥିବା ବେଳେ ଆଗକୁ ଶାରଦୀୟ ଦୁର୍ଗା ପୂଜା ବଲାଙ୍ଗୀରରେ କେମିତି ପାଳନ ହେବ ? କୋଭିଡ ନିୟମ ମଧ୍ୟରେ ଅଳ୍ପ କିଛି ସ୍ଥାନରେ ଏହି ପୂଜା ହେବାକୁ ଥିବା ବେଳେ ବିନା ଭକ୍ତରେ ଏଥର ଦୁର୍ଗା ପୂଜା ଅନୁଷ୍ଠିତ ହେବ । ପାର୍ବଣ ଋତୁ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ ହେବାକୁ ଥିବା ବେଳେ ବଲାଙ୍ଗୀରରେ ଏଥର କୌଣସି ମଣ୍ଡପ ଏଥିରେ ଝଲସିବ ନାହିଁ। କେବଳ ରୀତିନୀତି ଓ ପରମ୍ପରା ଅନୁସାରେ ମା’ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେବ । ଯେଉଁଥିରେ ଭକ୍ତ ମଧ୍ୟ ସାମିଲ ହୋଇ ପାରିବେ ନାହିଁ। ତେବେ କରୋନା ସଂକ୍ରମଣ ନ ବ୍ୟାପିବା ପାଇଁ ସରକାରଙ୍କ କଟକଣା ମଧ୍ୟରେ ଏଥର ବଲାଙ୍ଗୀରରେ ବିଭିନ୍ନ ପୂଜା ମଣ୍ଡପ ଗୁଡିକ ମା ଦୁର୍ଗାଙ୍କ ପୂଜା ଅନୁଷ୍ଠିତ କରିବେ ।
ଏଥିପାଇଁ ସବୁ ମଣ୍ଡପ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଯେଉଁଥିରେ 4 ଫୁଟ ଉଚ୍ଚର ମୂର୍ତ୍ତୀ ସହ ବିନା ତୋରଣ କିମ୍ବା ଲାଇଟ ସାଜସଜ୍ଜାରେ ଏଥର ନିରାଡ଼ମ୍ବର ଭାବରେ ଏହି ପୂଜା କରିବା ପାଇଁ ସବୁ ମଣ୍ଡପ ପ୍ରସ୍ତୁତି କରୁଛନ୍ତି । ବଲାଙ୍ଗୀର ସହର ମଧ୍ୟରେ ସାଧାରଣତଃ 21 ଗୋଟି ପୂଜା ମଣ୍ଡପ ଦୁର୍ଗା ପୂଜା ଆୟୋଜନ କରିଥାନ୍ତି ଏବଂ ଏଥିପାଇଁ ବ୍ୟାପକ ସାଜସଜ୍ଜା ସହ ସାରା ସହର ଝଲସି ଉଠିଥାଏ । ସେହିପରି ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ଭକ୍ତଙ୍କ ସମାଗମ ମଧ୍ୟ ହୋଇଥାଏ ।