ଓଡିଶା

odisha

ETV Bharat / state

ବସ ସେବାରେ କୋରୋନା ଗାଇଡଲାଇନ ମାନୁନାହାଁନ୍ତି ଯାତ୍ରୀ - bus travels and passengers

କୋରୋନା ପ୍ରକୋପ କମିଛି ହେଲେ ସମ୍ପୂର୍ଣ୍ଣ ଭାବରେ ଏହା ଆମଠୁ ଦୂରେଇ ଯାଇନାହିଁ। ଏଭଳି ପରିସ୍ଥିରେ ଟିକିଏ ଭୁଲ ମଧ୍ୟ ସମସ୍ତଙ୍କ ପାଇଁ ବଡ ବିପଦ ଆଣିପାରେ। ବଲାଙ୍ଗୀରରେ ଚାଲୁ ରହିଥିବା ବସସେବା ଓ ଲୋକ ଏହାକୁ କେତେ ପାଳନ କରୁଛନ୍ତି । ଅଧିକ ପଢନ୍ତୁ...

how bus travels and passengers
ବସ ସେବାରେ କୋରୋନା ଗାଇଡଲାଇନ ମାନୁନାହାଁନ୍ତି ଯାତ୍ରୀ

By

Published : Jan 29, 2021, 6:04 PM IST

ବଲାଙ୍ଗୀର: କୋରୋନା ପ୍ରକୋପ କମିଛି ହେଲେ ସମ୍ପୂର୍ଣ୍ଣ ଭାବରେ ଏହା ଆମଠୁ ଦୂରେଇ ଯାଇନାହିଁ। ଏଭଳି ପରିସ୍ଥିତିରେ ଟିକିଏ ଭୁଲ ମଧ୍ୟ ସମସ୍ତଙ୍କ ପାଇଁ ବଡ ବିପଦ ଆଣିପାରେ। ତେବେ ସବୁ କ୍ଷେତ୍ରରେ ଏହା ପାଇଁ ବିଶେଷ ନିୟମ ପାଳନ କରାଯାଇଥିବା ବେଳେ ବଲାଙ୍ଗୀରରେ ଚାଲୁ ରହିଥିବା ବସସେବା ଓ ଲୋକ ଏହାକୁ କେତେ ପାଳନ କରୁଛନ୍ତି ।

ବସ ସେବାରେ କୋରୋନା ଗାଇଡଲାଇନ ମାନୁନାହାଁନ୍ତି ଯାତ୍ରୀ

ବଲାଙ୍ଗୀର ଜିଲ୍ଲାର କୋରୋନା ସ୍ଥିତି 8 ହଜାର 767 ଜଣ ଆକ୍ରାନ୍ତ ହୋଇସାରିଛନ୍ତି। ଜିଲ୍ଲାରୁ ବର୍ତ୍ତମାନ 9 ଜଣ ଚିକିତ୍ସିତ ହେଉଛନ୍ତି। ତେବେ ଜିଲ୍ଲାରେ କୋରୋନା ପ୍ରକୋପ କମିଛି। ହେଲେ ସାମାନ୍ୟ ଭୁଲ ସମସ୍ତଙ୍କ ପାଇଁ ମହଙ୍ଗା ପଡିପାରେ। ତେବେ ସବୁ କ୍ଷେତ୍ରରେ ଏଥି ପାଇଁ ବିଶେଷ ନିୟମ ପାଳନ କରାଯାଉଥିବା ବେଳେ ବଲାଙ୍ଗୀରରେ ଚାଲୁ ରହିଥିବା ବସ ସେବା ଓ ଲୋକ ଏହାକୁ କେତେ ପାଳନ କରୁଛନ୍ତି ତାହା ଏବେ ବଡ଼ ପ୍ରଶ୍ନ ହୋଇଛି। ଦୀର୍ଘ ଦିନ ବସ ସେବା ବନ୍ଦ ରହିବା ପରେ ବର୍ତ୍ତମାନ ଚଳାଚଳ ଆରମ୍ଭ କରିଛି। ପାଞ୍ଚଟି ପଡୋଶୀ ଜିଲ୍ଲାର ପେଣ୍ଠସ୍ଥଳୀ ବଲାଙ୍ଗୀରରେ ଏଥିପାଇଁ ପ୍ରବଳ ଭିଡ ମଧ୍ୟ ଜମୁଛି। ସମାନ ଭାବରେ ବସ ଉପରେ ନିର୍ଭର କରୁଥିବା ଲୋକଙ୍କ ଭିଡ ଜମାଉଛନ୍ତି। ତେବେ ଅଧିକାଂଶ ଲୋକ ବା ଯାତ୍ରୀ ଏଠି ମାସ୍କ ବ୍ୟବହାର କରୁଥିବା ବେଳେ ଢିଲା ମେଳା ଭାବରେ ବସଯାତ୍ରା କରୁଛନ୍ତି। ସେପଟେ ବସ କର୍ମଚାରୀ ଅନେକ ସଚେତନ କରିବା ସତ୍ତ୍ବେ ଅଳ୍ପ କିଛି ଯାତ୍ରୀ ତାକୁ ପାଳନ କରୁଥିବାର ଦେଖିବାକୁ ମିଳିଛି। ବଲାଙ୍ଗୀର ଜିଲ୍ଲାର ମୁଖ୍ୟ ବସଷ୍ଟାଣ୍ଡ ବଲାଙ୍ଗୀର ସହର ମଧ୍ୟରେ ଅଛି । ସହର ମଧ୍ୟରେ ସରକାରୀ ବେସରକାରୀ ଏମିତି ତିନୋଟି ବସଷ୍ଟାଣ୍ଡ ରହିଛି। ତେବେ ଦୈନିକ 150 ଟି ବସ ବଲାଙ୍ଗୀର ଦେଇ ତଥା ଜିଲ୍ଲା ବାହାରକୁ ଯିବା ଆସିବା କରୁଛି। ହଜାର ହଜାର ଯାତ୍ରୀ ଦୈନିକ ଯିବା ଆସିବା କରୁଛନ୍ତି। ତେବେ ଏହି ଦୃଷ୍ଟିରୁ କୋରୋନା ସଂକ୍ରମଣ ପାଇଁ ଏହା ସବୁଠୁ ସହଜରେ ବ୍ୟାପିବା ମାଧ୍ୟମ ଅଟେ। ତେବେ ଏଭଳି ସ୍ଥଳେ ଏହାକୁ ଅଣଦେଖା କଲେ ସମସ୍ତଙ୍କ ପାଇଁ ବିପଦ ବୋଲି ସ୍ପଷ୍ଟ ଜଣାପଡୁଛି।

ସେପଟେ ବଲାଙ୍ଗୀର ବସ କର୍ମଚାରୀ ଓ କର୍ତ୍ତୃପକ୍ଷ ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ବନ୍ଦୋବସ୍ତ କରିଥିବାର କହିଛନ୍ତି। ଯେଉଁଥିରେ ପ୍ରତ୍ୟେକ ବସ ରେ ସାନିଟାଇଜର ମହଜୁଦ ରଖିବା ସହ ସବୁ କର୍ମଚାରୀ ମାସ୍କ ବ୍ୟବହାର କରୁଛନ୍ତି । ସେହିପରି କର୍ମଚାରୀ ଓ ଯାତ୍ରୀଙ୍କୁ ଏମାନେ ସଚେତନ କରୁଥିବାର କହିଛନ୍ତି। ତେବେ କୋରୋନାର ଗୋଟିଏ ପରେ ଗୋଟିଏ ଅନଲକ ଆରମ୍ଭ ହୋଇଥିବା ବେଲେ ଯାତ୍ରୀ ଓ ଲୋକେ ମଧ୍ୟ କୋରୋନାକୁ ଏବେ ସହଜରେ ନେବା ଆରମ୍ଭ କରିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ABOUT THE AUTHOR

...view details