ବଲାଙ୍ଗୀର:ଗଞ୍ଜେଇ ଚାଲାଣ ଅଭିଯୋଗରେ ହୋମଗାର୍ଡଙ୍କୁ ବାନ୍ଧିଲା ପୋଲିସ । ବଲାଙ୍ଗୀର ରାୟପୁରକୁ ଗଞ୍ଜେଇ ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ । ଏଥିସହ ତରଭା ଥାନାର ହୋମଗାର୍ଡ ବିଜୟ ସାହୁ ଓ ଜଣେ ମହିଳାଙ୍କ ସମେତ ଅନ୍ୟ ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କିରିଛି ।
ତେବେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ହୋମଗାର୍ଡ ବିଜୟ ସାହୁ ଖୁବ୍ ଚାଲାକର ସହ ଗଞ୍ଜେଇ ଚାଲାଣ କରୁଥିଲେ । ପ୍ରତି ସପ୍ତାହରେ ୧୫ରୁ ୨୦ କେଜି ଗଞ୍ଜେଇ ଚାଲାଣ କରୁଥିଲେ । ତରଭା ଅଞ୍ଚଳ ଗଞ୍ଜେଇ ଚୋରା ଚାଲାଣର ହବ୍ ହୋଇଥିବା ବେଳେ ଚୋରା ଗଞ୍ଜେଇ ଗାଡ଼ି ପାର କରାଇବାରେ ସହାୟତା କରୁଥିଲେ ବିଜୟ । ପୋଲିସ ବିଭାଗରେ କାମ କରି ପୋଲିସକୁ ଚକମା ଦେଇ କରୁଥିଲେ ବେଆଇନ ଗଞ୍ଜେଇ କାରବାର । ଏପରିକି ଗତ ୨୦୨୨ରେ ତଦନ୍ତରେ ଭଲ କାମ ପାଇଁ ସୋନପୁର ପୋଲିସ ତାଙ୍କୁ ସାବାସି ଦେଇଥିଲା । ଏବେ ସେହି ହୋମଗାର୍ଡ ବିଜୟ ସାହୁ ଗଞ୍ଜେଇ ଚାଲାଣରେ ବଲାଙ୍ଗୀର ପୋଲିସ ଦ୍ବାରା ଗିରଫ ହୋଇ ଜେଲ ଯାଇଛନ୍ତି । କେବଳ ଏହି ଘଟଣା ନୁହେଁ ପୂର୍ବରୁ ମଧ୍ୟ ଅନେକ ଗଞ୍ଜେଇ ଚାଲାଣରେ ବିଜୟ ସାହୁ ସଂପୃକ୍ତ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।