ବଲାଙ୍ଗୀର: ଜିଲ୍ଲାରେ ମଙ୍ଗଳବାର ମଧ୍ୟରାତ୍ର ରୁ ଲାଗି ରହିଛି ଲଗାଣ ବର୍ଷା । ଫଳରେ ବେହାଲ ହୋଇପଡ଼ିଛି ବଲାଙ୍ଗୀର । ତଳିଆ ଅଞ୍ଚଳ ହୋଇଛି ଜଳମଗ୍ନ । ସହରରେ ସବୁ ତଳିଆ ଅଞ୍ଚଳରେ ପାଣି ଜମିଥିବା ବେଳେ ନାହିଁ ନ ଥିବା ଅବସ୍ଥାରେ ସାଧରାଣ ଲୋକେ ଫସି ରହିଛନ୍ତି । ସେପଟେ ସ୍ଥାନୀୟ ପ୍ରଶାସନ ସହରରୁ ପାଣି ନିଷ୍କାସନ କରିବା ପାଇଁ ଆରମ୍ଭ କରିଛି ପଦକ୍ଷେପ ।
ବଲାଙ୍ଗୀରରେ ବର୍ଷାକୁ ନେଇ ରେଡ଼ ଆଲର୍ଟ ଜାରି ହୋଇଥିବା ବେଳେ ଗତମଧ୍ୟ ରାତ୍ରରୁ ଲଗାଣ ବର୍ଷା ଜାରି ରହିଛି । ଗତକାଲି ଠାରୁ ବର୍ଷା ଲାଗି ରହିଥିବା ଫଳରେ ବଲାଙ୍ଗୀରର ମହାଦେବ ପଡା, ଶାନ୍ତି ପଡା ଓ ହତିସାଲ ପଡା ଭଳି ତଳିଆ ଅଂଚଳରେ ଜଳମଗ୍ନ ହୋଇପଡ଼ିଛି। କିଛି ଅଞ୍ଚଳରେ ଘରେ ଭିତରେ ପାଣି ପଶିଥିବା ପରିଲିକ୍ଷିତ ହୋଇଛି । ସହରର ମୁଖ୍ୟ ରାସ୍ତାରେ ମଧ୍ୟ ପାଣି ଜମିରହିଥିବାରୁ ଯାନବାହାନ ଚଳାଚଳରେ ବାଧା ଉପୁଜିଛି ।