ଓଡିଶା

odisha

ETV Bharat / state

ଅର୍ଥ ବାଧକ: ଚିକିତ୍ସା ପାଇଁ ଝିଅକୁ କାନ୍ଧରେ ବୋହିଲେ ବୃଦ୍ଧବାପା - health service in odisha

ପଛୁଆ ଓ ଅବହେଳିତ ବଲାଙ୍ଗୀର ଜିଲ୍ଲାରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ବୁଢ଼ା ବାପା ନିଜ ରୋଗିଣା ଝିଅକୁ କାନ୍ଧରେ ନେଇ ଚାଲି ଚାଲି ଚିକିତ୍ସା ପାଇଁ ଯାଉଥିବାର ଭିଡିଓ ସାମ୍ନାକୁ ଆସିଛି। ଅଧିକ ପଢ଼ନ୍ତୁ

health service in odisha again exposed as old age father shoulders daughter to medical in Balangir
ଅର୍ଥ ଅଭାବ, ଚିକିତ୍ସା ପାଇଁ ଯୁବା ଝିଅକୁ କାନ୍ଧରେ ବୋହିଲେ ବୃଦ୍ଧବାପା

By

Published : Nov 22, 2021, 8:09 PM IST

ବଲାଙ୍ଗୀର:ଜିଲ୍ଲାର ଉପାନ୍ତ ଅଞ୍ଚଳରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ଜଣେ ବୃଦ୍ଧ ରୋଗିଣା ଝିଅକୁ କାନ୍ଧରେ ବୋହି ଚିକିତ୍ସା ପାଇଁ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଛି । ଏହି ଚିତ୍ର ପ୍ରତ୍ୟେକଙ୍କୁ ଆନ୍ଦୋଳିତ କରିଛି । ବୃଦ୍ଧ ଜଣକ ବଲାଙ୍ଗୀର ପାଟଣାଗଡ଼ ବ୍ଲକ ନେହେନାବନ୍ଦ ଗ୍ରାମର ସୁବଳ ଛତ୍ରିଆ ବୋଲି ଜଣାପଡ଼ିଛି । ତାଙ୍କ ୧୮ ବର୍ଷର ଝିଅ କୌଣସି ରୋଗରେ ପୀଡ଼ିତ ହୋଇ ଚାଲିବାକୁ ଅକ୍ଷମ ହୋଇ ପଡ଼ିଛନ୍ତି ।

ଅର୍ଥ ଅଭାବ, ଚିକିତ୍ସା ପାଇଁ ଯୁବା ଝିଅକୁ କାନ୍ଧରେ ବୋହିଲେ ବୃଦ୍ଧବାପା

ଝିଅର ଚିକିତ୍ସା ପାଇଁ ସବୁଠି ଚେଷ୍ଟା କରି ନୟାନ୍ତ ହୋଇ ପଡ଼ିଛନ୍ତି ବୃଦ୍ଧ ବାପା । ବର୍ତ୍ତମାନ ଝିଅର ଅଧିକ ଚିକିତ୍ସା ପାଇଁ ତାଙ୍କ ପାଖରେ ଆଉ ଅର୍ଥ ମଧ୍ୟ ନାହିଁ । ଫଳରେ ଝିଅର ଚିକିତ୍ସା ପାଇଁ ଝଡ଼ାଫୁଙ୍କାର ସାହାଯ୍ୟ ନେଉଛନ୍ତି ବୃଦ୍ଧ ବାପା । ଆଜି(ସୋମବାର) ପାଟଣାଗଡ଼ରୁ ସେ ବେଲପଡ଼ା ଯାଇଥିଲେ । ହେଲେ ଫେରିବା ପାଇଁ ତାଙ୍କ ପାଖରେ ଆଉ ଟଙ୍କା ନଥିଲା । ଶେଷରେ ଝିଅକୁ କାନ୍ଧରେ ନେଇ ଚିକିତ୍ସା କରାଇବାକୁ ବାହାରି ପଡ଼ିଥିଲେ ସୁବଳ ।

ସରକାରଙ୍କ ମାଳମାଳ ଯୋଜନା ସୁବଳଙ୍କ କାମରେ ଆସି ପାରୁନାହିଁ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସୁବଳଙ୍କୁ ସାମିଲ କରାଯାଇନାହିଁ । ପ୍ରଶ୍ନ ଉଠୁଛି ତେବେ ସରକାର ଯୋଜନା କାହା ପାଇଁ ? ଏହାକୁ ନେଇ ସୂଚନା ମିଳିବା ପରେ ସ୍ବାସ୍ଥ୍ୟ ବିଭାଗ ସୁବଳ ଛତ୍ରିଆଙ୍କ ଝିଅଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛି । ସେଠାରେ ଝିଅର ଚିକିତ୍ସା ଆରମ୍ଭ ହୋଇଥିବା ସୂଚନା ମିଳିଛି ।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details