ବଲାଙ୍ଗୀର: ଜିଲ୍ଲାର ଆଉ 13 କୋରୋନା ପଜିଟିଭି ଚିହ୍ନଟ । ବଲାଙ୍ଗୀର ସହର ମଧ୍ୟରେ ଥିବା ହାତୀସାଲପଡ଼ାରେ 13 କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଏହାକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ କରାଯାଇ ସମ୍ପୂର୍ଣ୍ମ ଅଞ୍ଚଳକୁ ସିଲ କରିଦିଆଯାଇଛି ।
ବଲାଙ୍ଗୀର ସହରର ହାତୀସାଲପଡ଼ାରେ ପ୍ରଥମ କରି 13 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ପୂର୍ବ ଆକ୍ରାନ୍ତଙ୍କ ସଂଶ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣାପଡିଛି । ବର୍ତ୍ତମାନ ପ୍ରଶାସନ ଏହାକୁ ଲୋକାଲ କଣ୍ଟାକ୍ଟ ମାମଲା ଭାବରେ ନେଇଛି କଣ୍ଟାକ୍ଟ ଟ୍ରେସିଂ ଉପରେ ଗୁରୁତ୍ବ ଦେଇଛି । ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ପଡାକୁ ସିଲ କରିଛି । ଏଠାରେ ସମସ୍ତ ଦୋକାନ ବଜାର ଗାଡି ଚଳାଚଳ ଓ ଲୋକଙ୍କ ଯିବା ଆସିବାକୁ ସମ୍ପୂର୍ଣ୍ଣରୂପେ ବନ୍ଦ କରି ଦିଆଯାଇଛି ।