ବଲାଙ୍ଗୀର :ଦୁର୍ବଳ ଉପରେ ସବଳର ଅତ୍ୟାଚାର । ଦିବ୍ୟାଙ୍ଗ ଭାଇକୁ ମରଣାନ୍ତକ ଆକ୍ରମଣ କଲେ ଦୁଇ ଭାଇ । ଜମି ବିବାଦକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ଜଣା ପଡିଛି । ଗୁରୁତର ଦୁଇ ଭାଇ ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।
ଘଟଣାଟି ଘଟିଛି ବଲାଙ୍ଗୀର ଜିଲ୍ଲା କଟାପାଲି ଗାଁରେ । ଆଜି କଟାପାଲି ଗାଁର ମାଧବ ହାତୀକୁ ଜମିବାଡ଼ି ବିବାଦକୁ ନେଇ ଦୁଇ ଭାଇ ନିତ୍ୟା ହାତୀ ଓ ସାରଙ୍ଗ ହାତୀ ସାବଳରେ ଆକ୍ରମଣ କରିଥିଲେ । ଏଥିରେ ମାଧବ ଗୁରୁତର ଆହତ ହୋଇଛନ୍ତି । ଅନ୍ୟପଟେ ଘଟଣାରେ ନିତ୍ୟା ମଧ୍ୟ ଆହତ ହୋଇଥିବା ଜଣାପଡିଛି ।