ବଲାଙ୍ଗୀର: ଗୁଡଦ୍ଭେଲା ଗ୍ରାମ ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ଜଣେ ଯୁବକର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ପରିଚୟ ମିଳିପାରି ନ ଥିବାବେଳେ ହତ୍ୟା କରାଯାଇ ଯୁବକଙ୍କୁ ପୋଡି ଦିଆଯାଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ସନ୍ଦେହ କରାଯାଉଛି ।
ଅଜଣା ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - suspected murder in balangiri
ବଲାଙ୍ଗୀରରେ ଉଦ୍ଧାର ହେଲା ଅଜଣା ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ହତ୍ୟା ସନ୍ଦେହରେ ତଦନ୍ତ ଆରମ୍ଭ କଲା ପୋଲିସ । ଅଧିକ ପଢନ୍ତୁ...

ବଲାଙ୍ଗୀରରେ ଅଜଣା ମୃତଦେହ ଉଦ୍ଧାର
ବଲାଙ୍ଗୀରରେ ଅଜଣା ମୃତଦେହ ଉଦ୍ଧାର
ଘଟଣାକ୍ରମ ଅନୁସାରେ, ଗ୍ରାମ ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ଏକ ଅର୍ଦ୍ଧ୍ବଦଗ୍ଧ ମୃତଦେହ ପଡିଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ତୁଷୁରା ପୋଲିସ୍ ଓ ବଲାଙ୍ଗୀର SDPO ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ତେବେ ମୃତଦେହର ମୁଣ୍ଡ ଓ ଶରୀର ପୋଡ଼ି ପାଉଁଶ ହୋଇଯାଇଛି। ତେବେ କେବଳ ଦୁଇଟି ଗୋଡ଼ ଦେଖାଯାଉଥିବାବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ବଲାଙ୍ଗୀରରୁ ସେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ
Last Updated : Sep 16, 2021, 6:58 AM IST