ବଲାଙ୍ଗୀର: ବିଭିନ୍ନ ଦାବି ନେଇ ଶୁକ୍ରବାର ମନୋହରପୁର ପୋଲିସ ସ୍କୁଲ ମୁଖ୍ୟ ଗେଟରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଭିଭାବକ । ଏଥିସହ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନରତ ଅଭିଭାରକମାନେ ଚେତାବନୀ ଦେଇଛନ୍ତି ।
ସୂଚନା ଅନୁଯାୟୀ ଦୀର୍ଘ ଦିନ ଧରି ସ୍କୁଲରେ ସମସ୍ୟା ଲାଗି ରହିଥିବା ବେଳେ ଅଭିଭାବକମାନେ ଏନେଇ ସ୍ବର ଉଠାଇ ଆସିଛନ୍ତି ହେଲେ କୌଣସି ଫଳ ନମିଳିବାରୁ ଶୁକ୍ରବାର ସ୍କୁଲ ଗେଟରେ ତାଲା ପକାଇବାକୁ ବାଧ୍ୟ ହୋଇଛନ୍ତି ଅଭିଭାବକ । ତେବେ ସ୍କୁଲରେ ପାଚେରୀ ନିର୍ମାଣ, ବର୍ତ୍ତମାନର କାର୍ଯ୍ୟରତ ପ୍ରଧାନ ଶିଷୟିତ୍ରୀଙ୍କ ବଦଳି, ପ୍ରତି ମାସରେ ଅଭିଭାବକଙ୍କ ସହ ବୈଠକ ଓ ମଧ୍ୟାହ୍ନ ଭୋଜନର ମାନ ବଢାଇବା ଆଦି ଦାବିରେ ଏହି ଆନ୍ଦୋଳନ ହେଉଥିବା କହିଛନ୍ତି ଅଭିଭାବକ ।