ବଲାଙ୍ଗୀର: କୋଟି କୋଟି ଟଙ୍କାର ଜିଏସଟି ଠକେଇର ଗୁମର ଖୋଲିବାରେ ଲାଗିଛି । ଗରିବଙ୍କୁ ଢାଲ କରି ତାଙ୍କ ନାଁରେ କମ୍ପାନୀ ଖୋଲି ଲକ୍ଷ ଲକ୍ଷ ଟଙ୍କାର ଜିଏସଟି ଠକେଇ କରାଯାଇଥିବା ଜଣାପଡିଛି । ଯେଉଁ ମାନେ ଇଂରାଜୀ ଜାଣି ନାହାନ୍ତି ତାଙ୍କ ନାଁରେ ଦସ୍ଥଖତ କରାଯାଇ ମିଛ କମ୍ପାନୀ ଖୋଲାଯାଇଛି । ଘଟଣା ଜଣାପଡିବା ପରେ ପୋଲିସ ଓ ଆୟକର ବିଭାଗ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଏ ସମ୍ପର୍କରେ ଅବଗତ କରାଇଛି ।
ଏହି ଠକେଇରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମା ଓ ପୁଅଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତ ମହିଳା ଗାୟତ୍ରୀ ଜୟଶ୍ବାଲ ଏହି ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ପୁଅ ବିରେନ୍ଦ୍ର ଜୟଶ୍ବାଲ ଏହି ଠକେଇରେ ସମ୍ପୃକ୍ତ ରହି ଲୋକଙ୍କୁ ଋଣ କରାଇଦେବା ନେଇ ପ୍ରଲୋଭିତ କରୁଥିବା ପୋଲିସ କହିଛି ।