ବଲାଙ୍ଗୀର :ଜମି ବାଡ଼ିକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି । ବଲାଙ୍ଗୀର ଦେଓଗାଁ ଥାନା ଅନ୍ତର୍ଗତ ବରଗାଁରେ ଏହି ଘଟଣା ଘଟିଛି ।
ସୂଚନା ଅନୁସାରେ ବରଗାଁରେ ରହୁଥିବା ବୁଡ଼େକ ପରିବାର ଓ ବେହେରା ପରିବାର ମଧ୍ୟରେ ଜମିବାଡିକୁ ନେଇ ଝଗଡ଼ା ଲାଗି ରହିଥିଲା। ଯାହାକୁ ନେଇ ଗାଁରେ ସମାଧାନ କରାଯାଇଥିଲେ ମଧ୍ୟ ସେଥିରେ ଏମାନେ ରାଜି ହୋଇନ ଥିଲେ। ଆଜି (ଶନିବାର) ବୁଡେକ ପରିବାର ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେପଟେ ଥାନାରୁ ଫେରିବା ପରେ ବେହେରା ପରିବାରର ଲୋକ ସଂଘ ବଦ୍ଧ ଭାବରେ ଏମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ।