ଓଡିଶା

odisha

ETV Bharat / state

ବିବାହର କିଛି ସମୟ ପରେ ବିଚ୍ଛେଦ ହେଲା ସମ୍ପର୍କ, ଯୌତୁକ ମାଗି ଥାନାରେ ବର - ବିଦାୟୀ ସମୟରେ କନ୍ୟା ପକ୍ଷଙ୍କୁ ଯୌତୁକ ଦାବି କଲା ବର

ବିଦାୟୀ ସମୟରେ କନ୍ୟା ପକ୍ଷଙ୍କୁ ଯୌତୁକ ଦାବି କଲା ବର । ବରକୁ ପୋଲିସର ଜିମା ଦେଲେ କନ୍ୟା ପକ୍ଷ। ଅଧିକ ପଢନ୍ତୁ

bridegroom detained for demands dowry
bridegroom detained for demands dowry

By

Published : May 19, 2023, 9:42 AM IST

Updated : May 19, 2023, 10:35 AM IST

groom detained for demands dowry

ବଲାଙ୍ଗୀର:ସରିଥିଲା ବିବାହ, ଆଉ ମାତ୍ର କିଛି ସମୟ ପରେ କନ୍ୟାକୁ ଧରି ନିଜ ଘରକୁ ଯାଇଥାନ୍ତା ବର । କିନ୍ତୁ ଯୌତୁକ ମାଗି ଫସି ଗଲା । ଘରକୁ ଯିବା ପୂର୍ବରୁ ପୋଲିସ ହେପାଜତକୁ ଗଲା ବର । ବିବାହର କିଛି ସମୟ ପରେ ଥାନାରେ ବିଚ୍ଛେଦ ହେଲା ବୈବାହିକ ସମ୍ପର୍କ । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ । ବିଦାୟୀ ସମୟରେ କନ୍ୟା ପକ୍ଷଙ୍କୁ ଯୌତୁକରେ ବାଇକ ଦେବାକୁ କହିବାରୁ ଥାନାରେ ଅଭିଯୋଗ କରିଥିଲେ କନ୍ୟାଙ୍କ ବାପା ।

ଜଣେ ମୁସଲିମ କନ୍ୟାଙ୍କ ବାହାଘର ବୁର୍ଲା ସ୍ଥିତ ଶେଖ ସେହେଫାଜ କ୍ୟୁରେସିଙ୍କ ସହ ଠିକ ହୋଇଥିଲା । ମୁସଲିମ ପରମ୍ପରା ଅନୁଯାୟୀ ଗୁରୁବାର ତିନୋଟି ସମାଜ ସମ୍ମୁଖରେ ଝିଅ ଘରେ ନିକାହ ସମ୍ପର୍ଣ୍ଣ ହୋଇଥିଲା । ତେବେ ନିକାହ ପରେ ସମସ୍ତେ ଭୋଜିର ମଜା ନେଇଥିଲେ । ହେଲେ ବର ଘର ଲୋକେ ଭୋଜି ଖାଇବାକୁ ମନା କରିଥିଲା । ତେବେ କାରଣ ପଚରା ଯିବାରୁ ତାକୁ ଏକ ମୋଟର ସାଇକେଲ ଯୌତୁକ ଦରକାର ନ ହେଲେ ସେ ଝିଅକୁ ସାଙ୍ଗରେ ନେବ ନାହିଁ ବୋଲି କହିଥିଲା । ସେପଟେ ଝିଅ ଘର ଲୋକେ ଏଥିପାଇଁ ମାସେ ସମୟ ମାଗିବା ପରେ ମଧ୍ୟ ସେ ମାନି ନଥିଲା । ଏହାପରେ ଝିଅ ଘର ଲୋକେ ବରକୁ ବଲାଙ୍ଗୀର ଆଦର୍ଶ ଟାଉନ ଥାନା ପୋଲିସ ପାଖରେ ଜିମା ଦେଇଥିଲେ । ଥାନାରେ ହିଁ ମୋଲବୀ କାଜି ଆସି ବିବାହ ବିଚ୍ଛେଦ କରାଇଥିଲେ ।

ଝିଅର ବାପା ଥାନାରେ ବର ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ବିବାହ ପୂର୍ବରୁ ଦେଖା ରେଖା ବେଳେ ପୁଅ କିମ୍ବା ପୁଅ ଘର ଲୋକେ କୌଣସି ଯୌତୁକ ନେବେ ନାହିଁ ବୋଲି କହିଥିଲେ, ହେଲେ ନିକାହ ସରିବା ପରେ ବର ଘର ଯୌତୁକରେ ଏକ ମୋଟରସାଇକେଲ ଦାବି କରିଥିଲେ । ଏଥି ପାଇଁ ଆମେ ମାସେ ସମୟ ମାଗିବା ପରେ ମଧ୍ୟ ସେ ରାଜି ହୋଇନଥିଲେ । ତେଣୁ ଆଗକୁ ନିଜ ଝିଅର ଭବିଷ୍ୟତ ଚିନ୍ତା କରି ସେ ଏହି ବିବାହ ବିଚ୍ଛେଦ କରିବା ସହ ଥାନାରେ ଅଭିଯୋଗ କରିଥିବାର କହିଛନ୍ତି ଝିଅର ବାପା ।

ସେପଟେ ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଥିବା ବେଳେ ସମ୍ପୃକ୍ତ ବରକୁ ଓ ତାର ଜଣେ ସମ୍ପର୍କୀୟକୁ ଅଟକ ରଖିଛି । ତେବେ ପୋଲିସ କିମ୍ବା ବର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏହି ଘଟଣାକୁ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ହେଉଥିବା ସମ୍ପୃକ୍ତ ଯୌତୁକ ଲୋଭି ବର ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : May 19, 2023, 10:35 AM IST

ABOUT THE AUTHOR

...view details