ଓଡିଶା

odisha

ETV Bharat / state

ବଲାଙ୍ଗୀରରେ ହକି ବିଶ୍ୱକପ ଟ୍ରଫିକୁ ବିପୁଳ ସମ୍ବର୍ଦ୍ଧନା - ବଲାଙ୍ଗୀରରେ ହକି ବିଶ୍ବକପ ଟ୍ରଫିକୁ ବିପୁଳ ସମ୍ବର୍ଦ୍ଧନା

ନୂଆପଡା ପରେ ବଲାଙ୍ଗୀର ଜିଲ୍ଲାରେ ପହଞ୍ଚିଲା ହକି ବିଶ୍ବକପ ଟ୍ରଫି । ଟ୍ରଫି ପହଞ୍ଚିବା ପରେ ଏହାକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଜିଲ୍ଲାବାସୀ । ଅଧିକ ପଢନ୍ତୁ

Hokey world cup trophy
Hokey world cup trophy

By

Published : Jan 3, 2023, 8:38 PM IST

Hokey world cup trophy

ବଲାଙ୍ଗୀର:ସାରା ରାଜ୍ୟରେ ହକି କ୍ରେଜ ଦେଖିବାକୁ ମିଳୁଛି । ପ୍ରଶାସନଠାରୁ ଆରମ୍ଭ କରି ଜନସାଧାରଣ କ୍ରୀଡ଼ାପ୍ରେମୀଙ୍କ ମନରେ ହକି ବିଶ୍ୱକପକୁ ନେଇ ଉତ୍ସାହ ଦେଖା ଦେଇଛି । ହକି ବିଶ୍ୱକପର ପ୍ରଚାରପ୍ରସାର କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ହକି ବିଶ୍ବକପ୍‌ ଟ୍ରଫି ଟୁର୍‌ ଆରମ୍ଭ ହୋଇଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ହକି ବିଶ୍ବକପ ଟ୍ରଫି ଭ୍ରମଣ କରୁଛି । ଏହିକ୍ରମରେ ଗତକାଲି(ସୋମବାର) ନୂଆପଡାରେ ଶେଷ ପରେ ବଲାଙ୍ଗୀର ଜିଲ୍ଲାରେ ଆଜି ପହଞ୍ଚିଥିଲା ହକି ବିଶ୍ବକପ ଟ୍ରଫି ।

ଦ୍ଵିତୀୟ ଥର ପାଇଁ ଓଡ଼ିଶା ଏହାର ଆୟୋଜକ ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଉତ୍ସାହ ରହିଛି। ଗତକାଲି ବଲାଙ୍ଗୀରରେ ଟ୍ରଫି ପହଞ୍ଚିବା ପରେ ଏହାକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଜିଲ୍ଲାବାସୀ। ବଙ୍ଗୋମୁଣ୍ଡା, ଟିଟିଲାଗଡ, ସଇଁତଳା ଦେଇ ଏହି ହକି ବିଶ୍ୱକପ ଟ୍ରଫି ବଲାଙ୍ଗୀର ସହରକୁ ପହଞ୍ଚିଥିଲା । ଯାହାକୁ ଏକ ଭବ୍ୟ ବିଶାଳ ବାଇକ ଶୋଭାଯାତ୍ରାରେ ସହର ମଧ୍ୟରେ ସ୍ବାଗତ କରା ଯାଇଥିଲା। ସେହିପରି ପରେ ଏହାକୁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରାରେ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମକୁ ନିଆ ଯାଇ ସେଠାରେ ମାଲ୍ୟାର୍ପଣ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ନେତା, ପ୍ରଶାସନିକ ଅଧିକାରୀ, ଛାତ୍ର ଛାତ୍ରୀ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ସାଧାରଣ ଲୋକ ସାମିଲ ହୋଇଥିଲେ । ସେପଟେ ଓଡ଼ିଶା ଦ୍ଵିତୀୟ ଥର ହକିର ବିଶ୍ୱକପ୍ ଆୟୋଜନ କରୁଥିବାରୁ ସମସ୍ତେ ଗର୍ବ ଅନୁଭବ କରୁଥିବାର କହିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ। ବିଶ୍ୱକପକୁ ନେଇ ଲୋକଙ୍କ ମଧ୍ୟରେ ଖୁବ ଉତ୍ସାହ ଓ ଖୁସି ଥିବାର ମଧ୍ୟ କହିଥିଲେ ଜିଲ୍ଲାପାଳ ।

ଦିନ ଗଡ଼ିବା ସହ ହକି ବିଶ୍ବକପକୁ ନେଇ ବଢ଼ୁଛି ଉତ୍କଣ୍ଠା । ସାରା ଦେଶରେ ପରିକ୍ରମା କରି ଫେରିଲା FIH ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଟ୍ରଫି । ବିଶ୍ବକପ ଟ୍ରଫି ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା । ଆସନ୍ତା ୨୦୨୩ ଜାନୁଆରୀ ୧୩ ରୁ ୨୯ ଯାଏଁ ଓଡ଼ିଶାରେ ହକି ବିଶ୍ବକପ ଖେଳାଯିବ( Hockey World Cup 2023 ) । ୨୦୨୩ ହକି ବିଶ୍ବକପ ପାଇଁ ପ୍ରାୟୋଜକ ରହିଛି ଓଡିଶା । ଭୁବନେଶ୍ବରରେ ଥିବା କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାରେ ନିର୍ମାଣ ହେଉଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏହି ହକି ବିଶ୍ବକପ ଖେଳାଯିବ । ସାରା ଓଡ଼ିଶାରେ ଦେଖିବାକୁ ମିଳିଛି ହକି ଫିଭର ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details