ବଲାଙ୍ଗୀର: ବଲାଙ୍ଗୀର ସହର ବର୍ତ୍ତମାନ ଅଳିଆର ସହର ପାଲଟିଗଲାଣି । ରାସ୍ତା ଘାଟ ଯେଉଁଠି ଦେଖିଲେ କୁଢକୁଢ ମଇଳା ଜମା ହୋଇ ରହୁଛି । ଏପରିକି ସହରର ମୁଖ୍ୟ ରାସ୍ତା ଓ ମୁଖ୍ୟ ବଜାର ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଥିବାବେଳେ ଗ୍ରାମ୍ୟାଞ୍ଚଳର ଚିତ୍ର ଏହାଠାରୁ ମଧ୍ୟ ଉତ୍କଟ ହୋଇଛି । ସବୁଠି ମଇଳା ଜମା ହୋଇ ରହୁଥିବାବେଳେ ନାକ ଫଟା ଦୁର୍ଗନ୍ଧ ଲୋକଙ୍କୁ ଅସୁବିଧାରେ ପକାଉଛି ।
ଏପରିକି ଏଥିଯୋଗୁଁ ମଶା ମାଛିଙ୍କ ପ୍ରାଦୁର୍ଭାବ ବଢୁଥିବାର ଲୋକ ଅଭିଯୋଗ କରିଛନ୍ତି । ପରିସ୍ଥିତି ଏଭଳି ରହିଲେ ବିଭିନ୍ନ ପ୍ରକାରର ରୋଗ ବ୍ୟାପିବ ବୋଲି ଲୋକେ କହିଛନ୍ତି । ଏବଂ ଏସବୁ ପାଇଁ କେବଳ ବଲାଙ୍ଗୀର ପୌରପାଳିକାକୁ ଦାୟୀ କରିଛନ୍ତି ସାଧାରଣ ଜନତା । ସେପଟେ ଜିଲ୍ଲା ପରିମଳ ବ୍ୟବସ୍ଥାରେ ବିଫଳ ହୋଇଥିବା ପୌରପାଳିକା ପୂର୍ବରୁ ହିଁ ସହର ସଫେଇ କାମକୁ ଘରୋଇ କରଣ କରିଛି । ତେବେ ଏଥିରୁ ମଧ୍ୟ ଫଳ ଶୂନ ଥିବାବେଳେ ଏବେ ପୁଣି ନୂଆ ଯୋଜନା ହାତକୁ ନିଆଯାଇଛି । ଏଥିରେ 3 କୋଟି ଟଙ୍କା ବ୍ୟୟରେ ସହରର ବିଭିନ୍ନ ସ୍ଥାନରେ ଏବେ ମଇକ୍ରୋ କମ୍ପୋଜିଂ କେନ୍ଦ୍ର ଖୋଲିବାକୁ ଯାଉଛି ।