ବଲାଙ୍ଗୀର: ଡାକ୍ତରଙ୍କୁ ଭୁରିଭୁରି ପ୍ରଶଂସା କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଡାକ୍ତର ନିଜ କର୍ମକ୍ଷେତ୍ରରେ ସୈନିକ ପରି ରୋଗ ସହ ଲଢେଇ କରିବା ପାଇଁ ରୋଗୀର ଢାଲ ସାଜିଥାଏ । ଡାକ୍ତରଙ୍କ ତିନୋଟି ଗୁଣ ବିଷୟରେ ବର୍ଣ୍ଣନା କରିଥିଲେ ରାଜ୍ୟପାଳ । ରାଜ୍ୟପାଳ କହିଛନ୍ତି, ଡାକ୍ତର ସୈନିକ, ପୁରୋହିତ ଏବଂ ଜଣେ ମନସ୍ତତ୍ବବିତ୍ତ । ତେବେ ଆଜି ଦିନିକିଆ ବଲାଙ୍ଗୀର ଗସ୍ତରେ ଯାଇଥିବା ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଏପରି କିଛି କହିଛନ୍ତି । ଆଜି ଦିନିକିଆ ଗସ୍ତ କାଳରେ ରାଜ୍ୟପାଳ ବଲାଙ୍ଗୀର ଭୀମ ଭୋଇ ବାର୍ଷିକ ଉତ୍ସବରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସହ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଓଡିଶା ପ୍ରଥମ ସ୍ୟାସ୍ଥ୍ୟ ଓ ବିଜ୍ଞାନ ଭାଇସ ଚାନ୍ସଲର ଡାକ୍ତର ଦତ୍ତେଶ୍ୱର ହୋତା, ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା, ଭୀମ ଭୋଇ ମେଡ଼ିକାଲ କଲେଜ ଡ଼ିନ ପ୍ରମୁଖଙ୍କ ସହ ସବୁ ଡାକ୍ତରୀ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜର ଛାତ୍ର ସଂଗଠନର ବାର୍ଷିକ ଉତ୍ସବ 2022-2023 ଯୋଗ ଦେଇ ରାଜ୍ୟପାଳ ଡାକ୍ତରୀ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସେହିପରି ଏଠି ଉପସ୍ଥିତ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସେ ଭାଗବାନର ସ୍ୱରୁପ ବୋଲି ଅଭିହିତ କରିଥିଲେ । ଡାକ୍ତରମାନେ ଭଗବାନଙ୍କ ଦ୍ୱାରା ଭଗବାନଙ୍କ ସ୍ବରୂପରେ ଏହି ଧରା ପୃଷ୍ଠରେ ସେବା ପାଇଁ ପ୍ରେରିତ ହୋଇଥିବାର ରାଜ୍ୟପାଳ କହିଛନ୍ତି ।