ଓଡିଶା

odisha

ETV Bharat / state

Niramaya Scam; ନିରାମୟ ଔଷଧ ଘରୋଇ ଦୋକାନରେ ହେଉଛି ବିକ୍ରି - medicine sale in high rate in balangir

ଓଡିଶା ସରକାର(Government of Odisha)ଙ୍କ ମାଗଣା ନିରାମୟ ଔଷଧ ଓ ସାମଗ୍ରୀ ଡାକ୍ତରଖାନାରେ ମିଳୁ ନ ଥିବା ବେଳେ ଘରୋଇ ଔଷଧ ଦୋକାନରେ ଚଢା ଦରରେ ଖୁଲମ ଖୁଲା ହେଉଛି ବିକ୍ରି। ଘଟଣାକୁ ନେଇ ପ୍ରଶାସନ ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

Niramaya Scam
Niramaya Scam

By

Published : Dec 1, 2021, 10:43 PM IST

ବଲାଙ୍ଗୀର: ଓଡିଶା ସରକାରଙ୍କ ମାଗଣା ନିରାମୟ ଔଷଧ ଓ ସାମଗ୍ରୀ ଡାକ୍ତରଖାନାରେ ମିଳୁ ନ ଥିବା ବେଳେ ଘରୋଇ ଔଷଧ ଦୋକାନରେ ଚଢା ଦରରେ ଖୁଲମ ଖୁଲା ହେଉଛି ବିକ୍ରି । ଘଟଣାକୁ ନେଇ ପ୍ରଶାସନ ତଦନ୍ତ ଆରମ୍ଭ କରିଛି ।

Niramaya Scam; ନିରାମୟ ଔଷଦ ଘରୋଇ ଦୋକାନରେ ହେଉଛି ବିକ୍ରି

ଘରୋଇ ମେଡିସିନ ଦୋକାନରେ ନିରାମୟ ଔଷଧ ସାମଗ୍ରୀ ବିକ୍ରି ହେଉଛି । ରୋଗୀଙ୍କୁ ମାଗଣାରେ ସରକାର ଔଷଧ ସହ ବିଭିନ୍ନ ସାମଗ୍ରୀ ଯୋଗାଉଥିବା ବେଳେ ସେହି ଜିନିଷକୁ ଏଠି ବେଆଇନ ଭାବରେ ବିକ୍ରି ଚାଲିଛି। ତାହା ପୁଣି ଚଢା ଦରରେ। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡରୁ। ଟିଟିଲାଗଡ ଉପଖଣ୍ଡ ମେଡିକାଲ ପରିସରରେ ଥିବା ଜୟ ଭାରତ ମେଡିସିନ ଦୋକାନରେ ବିକ୍ରି ଚାଲିଥିବା ଅଭିଯୋଗ ଆସିଛି। ଘଟଣା ଅନୁସାରେ, ଗତକାଲି ଧୀରଜ ବିଶି ତାଙ୍କ ସମ୍ପର୍କୀୟଙ୍କ ମୁଣ୍ଡ ଫାଟି ଥିବାରୁ ମେଡିକାଲକୁ ନେଇଥିଲେ।

ମୁଣ୍ଡ ସିଲେଇ ପାଇଁ ସୂତା ନଥିବାରୁ ବାହାରୁ ଆଣିବାକୁ ଡାକ୍ତର କହିଥିଲେ। ତେଣୁ ମେଡିକାଲ ପରିସରରେ ଥିବା ଜୟ ଭାରତ ମେଡିସିନ ଦୋକାନକୁ ଯାଇ ସିଲେଇ ସୂତା କିଣିଥିଲେ ଧୀରଜ । ହେଲେ ସେହି ସୁତାର ଖୋଲରେ ଏହା ବିକ୍ରୟ ପାଇଁ ନୁହେଁ ଓଡିଶା ସରକାରଙ୍କ ଯୋଗାଣ ପାଇଁ ସ୍ପଷ୍ଟ ଭାବରେ ଲେଖା ହେଇଛି । ମାଗଣା ଔଷଧକୁ ୭୩୦ ଟଙ୍କାରେ କିଣି ଥିଲେ ରୋଗୀଙ୍କ ସମ୍ପର୍କୀୟ । ଆଶ୍ଚର୍ଯ୍ୟର କଥା ନିରାମୟ କେନ୍ଦ୍ରରେ ମାଗଣା ଦିଆଯାଉଥିବା ଔଷଧ ସାମଗ୍ରୀ ଜୟ ଭାରତ ମେଡିସିନ ଦୋକାନକୁ ଗଲା କେମିତି ? ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ଯେ, ମେଡିସିନ ଦୋକାନ ସହ ମେଡିକାଲ କର୍ମଚାରୀ ମିଶି ଏଭଳି ବେଆଇନ ଔଷଧ ବିକ୍ରି ଚାଲିଛି।

ସେପଟେ ଏହି ବେଆଇନ କାରବାର ନେଇ ଟିଟିଲାଗଡ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତେବେ ଘଟଣାକୁ ସ୍ବୀକାର କରିବା ସହ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏଡିଏମ ଲଳିତ ବାଗ ।

ବଲାଙ୍ଗୀରରୁ ସେଖ ମହମ୍ମଦ ୱାହିଦ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details