ଓଡିଶା

odisha

ETV Bharat / state

ସୁନା ବ୍ୟବସାୟୀ ହତ୍ୟା ଘଟଣା, ଅଢେଇ ବର୍ଷ ପରେ ଅଭିଯୁକ୍ତ ଗିରଫ - ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ

ବଲାଙ୍ଗୀର ସାରସ ମାଲ ଗ୍ରାମର ବହୁ ଚର୍ଚ୍ଚିତ ସୁନା ବ୍ୟବସାୟୀ ହତ୍ୟା ଘଟଣା । ଅଢେଇ ବର୍ଷ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

gold trader murder case
gold trader murder case

By ETV Bharat Odisha Team

Published : Sep 6, 2023, 11:02 AM IST

gold trader murder case

ବଲାଙ୍ଗୀର: ବହୁ ଚର୍ଚ୍ଚିତ ସୁନା ବ୍ୟବସାୟୀ ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ । ଅଢେଇ ବର୍ଷ ପରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଜିଲ୍ଲାର ସାରସ ମାଲ ଗ୍ରାମରେ ଚଢାଉ କରି ଅଭିଯୁକ୍ତ ଶିର ରଣାଙ୍କୁ ପୋଲିସ୍ ଗତକାଲି(ମଙ୍ଗଳବାର) ଗିରଫ କରିଛି । ଟଙ୍କା ନେଣଦେଣ ପାଇଁ ହୋଇଥିଲା ହତ୍ୟାକାଣ୍ଡ । ତେବେ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତକୁ ନେଇ ସିନ ରିକ୍ରିଏସନ ହୋଇଥିଲା ।

ସୂଚନା ମୁତାବକ, ଗତ ନଭେମ୍ବର 5 ତାରିଖ 2020ରେ ଦେଓଗାଁ ବ୍ଲକ ହାତିସରା ଗ୍ରାମର ସୁନା ବ୍ୟବସାୟୀ ଗଜାନନ ମେହେର ନିଖୋଜ ହୋଇଥିଲେ । ଏନେଇ ଗତ 9 ନଭେମ୍ବରରେ ତାଙ୍କ ବଡ ଭାଇ ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହିପରି 24 ନଭେମ୍ବର 2020ରେ ତାଙ୍କ ମୃତଦେହ ଓ ବାଇକ୍ ପାଟଣାଗଡ଼ ନିକଟସ୍ଥ ମୁଡ଼ଘାଟ ଜଙ୍ଗଲରୁ ପୋଲିସ୍ ଉଦ୍ଧାର କରିଥିଲା । ଏହାକୁ ନେଇ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା । ତେବେ ସେ ସମୟରେ ମୃତ ସୁନା ବ୍ୟବସାୟୀଙ୍କ ପରିବାର ବର୍ଗ ଅଭିଯୋଗ ଆଣିଥିଲେ ଯେ ଦେଓଗାଁ ସାରସ ମାଲର ଶିର ରଣା ତାଙ୍କ ଭାଇକୁ ଘରୁ ଡାକି ନେଇଥିଲା । ତେଣୁ ସେ ହିଁ ତାଙ୍କର ହତ୍ୟା କରିଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଥିଲେ ।

ଏହା ମଧ୍ୟ ପଢନ୍ତୁ- ପୋଇପାଟ ଗଣଦୁଷ୍କର୍ମ ଘଟଣା, ୪ ବର୍ଷ ପରେ ଅଭିଯୁକ୍ତ ଗିରଫ

ଏହା ମଧ୍ୟ ପଢନ୍ତୁ- ସାଙ୍ଗକୁ ମାରି ପୋତି ଦେଲା ସାଙ୍ଗ, ୨ ବର୍ଷ ପରେ ଅଭିଯୁକ୍ତ ଗିରଫ

ସେପଟେ ସମ୍ପୁର୍କ୍ତ ଅଭିଯୁକ୍ତ ସେହି ଦିନ ଠାରୁ ଫେରାର ଥିଲା । ତେବେ ନିକଟରେ ବଲାଙ୍ଗୀର ଏସପି ଏହି ମାମଲାକୁ ନେଇ ରିଭ୍ୟୁ କରିବା ସହ ଶୀଘ୍ର ଏହାର ଅଭିଯୁକ୍ତକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାପରେ ଦେଓଗାଁ ଥାନା ଅଧିକାରୀ ତାରାବତି ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଛାନଭିନ ଆରମ୍ଭ ହୋଇଥିଲା । ସାରସ ମାଲରେ ଚଢାଉ କରି ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ସେହିପରି ଅଭିଯୁକ୍ତକୁ ନେଇ ଘଟଣାସ୍ଥଳରେ ପୋଲିସ ହତ୍ୟାକାଣ୍ଡର ସିନ ରିକ୍ରିଏସନ କରିଥିବାର ବଲାଙ୍ଗୀର ଏସଡିପିଓ ତୁଫାନ ବାଗ କହିଛନ୍ତି । ତେବେ ପୋଲିସ୍ ଏହାର ଅଧିକ ତଦନ୍ତ ଜାରି ରଖିଥିବା ବେଳେ ତଦନ୍ତ ପରେ ହତ୍ୟାର କାରଣ ସାମ୍ନାକୁ ଆସିବ ବୋଲି କୁହାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details