ଓଡିଶା

odisha

ETV Bharat / state

ପ୍ରେମରେ ପ୍ରତାରଣା: ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା - _girl protest infront of her lovers home

ପ୍ରେମରେ ପ୍ରତାରଣା ପରେ ପ୍ରେମିକର ଘର ଆଗରେ ତିନି ଦିନ ଧରି ଧାରଣା ଦେଲା ପ୍ରେମିକା । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ତୁଷୁରା ଥାନା ଅଞ୍ଚଳରେ । ଅଧିକ ପଢନ୍ତୁ...

ପ୍ରତାରଣା ପରେ ତିନି ଦିନ ଧରି ପ୍ରେମିକର ଘର ଆଗରେ ଧାରଣା ଦେଲା ପ୍ରେମିକା
ପ୍ରତାରଣା ପରେ ତିନି ଦିନ ଧରି ପ୍ରେମିକର ଘର ଆଗରେ ଧାରଣା ଦେଲା ପ୍ରେମିକା

By

Published : Dec 24, 2020, 9:50 AM IST

ବଲାଙ୍ଗୀର: ପ୍ରେମରେ ପ୍ରତାରଣା ପରେ ପ୍ରେମିକର ଘର ଆଗରେ ତିନି ଦିନ ଧରି ଧାରଣା ଦେଲା ପ୍ରେମିକା । ସୂଚନାମୁତାବକ, ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଫଫସି ଗ୍ରାମର ଯୁବତୀ ବାସନ୍ତୀ କୁମ୍ଭାରର ତୁଷୁରା ଥାନା ଅନ୍ତର୍ଗତ କନ୍ଧେନ ବାହଲି ଗ୍ରାମର ଯୁବକ ସରୋଜ ହରିପାଲ ସହିତ ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ଥିଲା । ଦୁଇ ଜଣଙ୍କ ପ୍ରେମ ସମ୍ପର୍କ ବିଷୟରେ ଝିଅର ପରିବାର ଲୋକେ ଜାଣିବା ପରେ ଯୁବକ ସରୋଜ ଦ୍ବାରା ତାଙ୍କ ପରିବାର ଲୋକଙ୍କୁ ଡକାଇ ଥିଲେ । ଏହାପରେ ସମସ୍ତଙ୍କ ସହମତିରେ ପୁଅ ଘର ଲୋକ ଯୁବତୀକୁ ବାହା କରିବାକୁ ରାଜି ହୋଇ ଯୁବତୀକୁ ନିଜ ଗାଁକୁ ନେବା ପାଇଁ ଗାଡ଼ିରେ ବସାଇ ଥିଲେ ସତ, ହେଲେ ଅଧା ବାଟରେ ଯୁବତୀ ଜଣକୁ ସେମାନେ ଛାଡି ଦେଇ ଫେରାର ହୋଇ ଯାଇଥିଲେ ।

ପ୍ରତାରଣା ପରେ ତିନି ଦିନ ଧରି ପ୍ରେମିକର ଘର ଆଗରେ ଧାରଣା ଦେଲା ପ୍ରେମିକା

ଶେଷରେ ଅସହାୟ ଯୁବତୀ ଜଣକ ଅନ୍ୟ କୌଣସି ଉପାୟ ନପାଇ ନିଜ ପ୍ରେମିକ ଘରେ ଯାଇ ପହଞ୍ଚିଥିଲା ଏବଂ ସେଠି ତାଙ୍କ ଘର ସମ୍ମୁଖରେ ତିନି ଦିନ ଧାରଣା ଦେଇଥିଲା । ସେପଟେ ତୁଷୁରା ପୋଲିସର ପ୍ରତିଶୃତି ପରେ ଯୁବତୀ ଜଣକ ଧାରଣା ପ୍ରତ୍ୟାହୃତ କରି ସଇଁତଳା ଥାନାରେ ଏହାର ଲିଖିତ ଅଭିଯୋଗ କରିଥିଲା । କିନ୍ତୁ ପୋଲିସର ସହାୟତା ନା ପାଇବାରୁ ଯୁବତୀ ଜଣକ ବଲାଙ୍ଗୀର ସଖୀର ସହାୟତା ଲୋଡି ଥିଲେ ।

ଏପଟେ ବଲାଙ୍ଗୀର ସଖୀର କର୍ମକର୍ତ୍ତା ମାନେ ପୁଅ ଘର ସହିତ ଯୋଗାଯୋଗ କରିବା ପରେ ପୁଅ ଘର ଲୋକେ ଝିଅ ସହ ବିବାହ କରିବାକୁ ଆରାଜି ହୋଇଥିବାର ଜଣା ପଡ଼ିଛି । ଯାହାଫଳରେ ଏମାନେ ମାମଲାରେ ସହାୟତା ପାଇଁ ଏସ୍ପିଙ୍କୁ ଦେଖା କରିଥିଲେ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details