ଗ୍ୟାସ ସିଲିଣ୍ଡର ଧରି ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କଲା କଂଗ୍ରେସ ମହିଳା ମୋର୍ଚ୍ଚା ବଲାଙ୍ଗୀର : ବଲାଙ୍ଗୀରରେ ଏଲପିଜି ରନ୍ଧନ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧିକୁ ପ୍ରତିବାଦ କଲା କଂଗ୍ରେସ ମହିଳା ମୋର୍ଚ୍ଚା । ରାସ୍ତାରେ ଗ୍ୟାସ ସିଲିଣ୍ଡର ଧରି କେନ୍ଦ୍ର ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ । କେନ୍ଦ୍ରର ଅହେତୁକ ଦରବୃଦ୍ଧି କରାଣରୁ ଭାତହାଣ୍ଡି ପ୍ରଭାବିତ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ ମହିଳା ମୋର୍ଚ୍ଚା । ଗରିବଙ୍କର ପେଟ ପାଟଣା ପ୍ରଭାବିତ ହେଉଥିବା କ୍ଷୋଭ ପ୍ରକାଶ କରିବା ସହ ମୋଦି ସରାକର ବିରୋଧରେ ନାରା ଦେଇଛି ମହିଳା ମୋର୍ଚ୍ଚା ।
ଏହି ବିକ୍ଷୋଭ ପ୍ରଦର୍ଶନରେ ବଲାଙ୍ଗୀରର ଶତାଧିକ ମହିଳା ସାମିଲ ହୋଇଥିଲେ । ବଳଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ନିକଟରେ ଏଲପିଜି ରନ୍ଧନ ଗ୍ୟାସ ସିଲିଣ୍ଡର ପ୍ରତି ପଚାଶ ଟଙ୍କାର ବୃଦ୍ଧି ହୋଇଥିବା ବେଳେ ବଲାଙ୍ଗୀରରେ ତାହାର ମୂଲ୍ୟ 1150 ଟଙ୍କା ହୋଇଛି । ତେବେ ଗରିବଙ୍କୁ ସରକାର ଉଜ୍ଜଲା ଯୋଜନାରେ ମାଗଣା ରନ୍ଧନ ଗ୍ୟାସ ଯୋଗାଇ ଦେଇଥିବା ବେଳେ ସେହି ଗରିବ ଏବେ ଏହାପାଇଁ 12ଶହ ଟଙ୍କା ଖର୍ଚ୍ଚ କରିବା ଅସମ୍ଭବ ହୋଇ ପଡିଥିବାର ଏମାନେ ଯୁକ୍ତି ବାଢ଼ିଛନ୍ତି ।
ସେହିପରି ଗରିବ ନିଜ ପେଟକୁ ଦାନା ପାଇଁ ପୁଣି କାଠ ଜାଳେଣି ଉପରେ ନିର୍ଭର କରିବାକୁ ବାଧ୍ୟ ହେବେ ବେଲି କହିଛନ୍ତି ମହିଳା ମୋର୍ଚ୍ଚା ସଭାପତି । ତେବେ ବଲାଂଗୀର ମହିଳା କଂଗ୍ରେସ ସଭାପତି ନଳିନୀ ସାହୁଙ୍କ କହିବା ଅନୁସାରେ କେନ୍ଦ୍ର ମୋଦି ସରକାର ଗରିବ ବିରୋଧୀ ନୀତି ଅବଲମ୍ବନ କରୁଛନ୍ତି । ପୂର୍ବରୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ଅହେତୁକ ବୃଦ୍ଧି ହୋଇଥିବା ବେଳେ ଏବେ ପୁଣି ରନ୍ଧନ ଗ୍ୟାସ ସିଲିଣ୍ଡର ଦର 50 ଟଙ୍କା ବୃଦ୍ଧି କରିଛନ୍ତି ।
ଯାହା ଗରିବ ଓ ସାଧାରଣ ଲୋକଙ୍କ ଉପରେ କୋଠାର ଘାତ ବୋଲି ସେ କହିଛନ୍ତି । ତେବେ ଟାଙ୍କିକିଆ ଚାଉଳକୁ ରାନ୍ଧିବା ପାଇଁ ଗରିବ ପୁଣି କେଉଁଠୁ 1200 ଟଙ୍କା ଯୋଗାଡ କରି ତାକୁ ନେଇ ସେ ପ୍ରଶ୍ନ କରିଛନ୍ତି । ସେହିପରି କିଛି ମାସ ମଧ୍ୟରେ କେନ୍ଦ୍ର ସରକାର ସିଲିଣ୍ଡର ମୂଲ୍ୟ 350 ଟଙ୍କା ବୃଦ୍ଧି କରି ସିଧା ସଳଖ ଗରିବଙ୍କ ଉପରେ ଦାଉ ସାଧୁଥୁବା ସେ ଅଭିଯୋଗ କରିଛନ୍ତି । ତେଣୁ କେନ୍ଦ୍ର ସରକାରଙ୍କ ଏହି ନୀତିକୁ ନେଇ ସେମାନେ ଏହି ଭିକ୍ଷୋଭ କରୁଥିବାର କହିଥିବା ବେଳେ ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।