ଓଡିଶା

odisha

ETV Bharat / state

ଟ୍ରକରୁ 1 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ

ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ବଲାଙ୍ଗୀର ଟାଉନ୍ ପୋଲିସ  ଏକ ହାଇୱା ଟ୍ରକରୁ ବିପୁଳ ଗଞ୍ଜେଇ ଜବତ କରିଛି ।

By

Published : Oct 12, 2019, 2:16 PM IST

Updated : Oct 12, 2019, 3:16 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ବଲାଙ୍ଗୀର ପୋଲିସକୁ ବଡ଼ ସଫଳତା । ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ବଲାଙ୍ଗୀର ଟାଉନ୍ ପୋଲିସ ଏକ ହାଇୱା ଟ୍ରକରୁ ବିପୁଳ ଗଞ୍ଜେଇ ଜବତ କରିଛି ।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଟାଉନ ଥାନା ପୋଲିସ ଗୋଟିଏ ହାଇୱା ଟ୍ରକକୁ ସନ୍ଦେହରେ ଅଟକାଇଥିଲେ। ତଦନ୍ତ ପରେ ପୋଲିସ ଟ୍ରକଟିରେ ବିପୁଳ ଗଞ୍ଜେଇ ଥିବାର ଜାଣିବାକୁ ପାଇଥିଲେ। ତେବେ ଶନିବାର ସକାଳୁ ପୋଲିସ ଏ ବାବଦରେ ତଦନ୍ତ ଜାରି ରଖିଥିବାବେଳେ ଜବତ ଗଞ୍ଜେଇର ଓଜନ ଜାରି ରହିଛି ।

ଭିଡିଓସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଏହି ଗଞ୍ଜେଇ ଚିତ୍ରକୋଣ୍ଡାରୁ ସମ୍ବଲପୁର ଯାଉଥିବାର ପୋଲିସ ଜାଣିବାକୁ ପାଇଥିବାବେଳେ ଟ୍ରକ୍ ଡ୍ରାଇଭରକୁ ପୋଲିସ ଅଟକ ରଖିଛି । ସେପଟେ ଜବତ ଗଞ୍ଜେଇର ଓଜନ 30 କ୍ବିଣ୍ଟାଲରୁ ଅଧିକ ହୋଇଥିବାବେଳେ ଏହାର ମୂଲ୍ୟ 1 କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି । ତେବେ ସବିଶେଷ ତଥ୍ୟ ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି ।


ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

Last Updated : Oct 12, 2019, 3:16 PM IST

ABOUT THE AUTHOR

...view details