ଓଡିଶା

odisha

ETV Bharat / state

ଜମି ଜାଲିଆତି ଅଭିଯୋଗ: ତହସିଲଦାରଙ୍କ ନାରେ 420 ଦଫା ଲଗାଇଲା ପୋଲିସ - ତହସିଲଦାରଙ୍କ ନାରେ ଠକେଇ ଅଭିଯୋଗ

ଜମି ମାଲିକଙ୍କ ଅଜାଣତାରେ ଜାଲିଆତି କରି ଜମି ବିକ୍ରି କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି । ଘଟଣାରେ ତହସିଲଦାର ମାଘବନ ବାଗଙ୍କ ସଂପୃକ୍ତ ଥିବା ନେଇ ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

fraud allegation against balangir tahasildar
ତହସିଲଦାରଙ୍କ ନାରେ ଠକେଇ ଅଭିଯୋଗ: 420 ଦଫା ଲଗାଇଲା ପୋଲିସ

By

Published : Jul 3, 2022, 7:55 AM IST

Updated : Jul 3, 2022, 8:55 AM IST

ବଲାଙ୍ଗୀର:ଜମି ମାଲିକଙ୍କ ଅଜାଣତାରେ ଜାଲିଆତି କରି ଜମି ବିକ୍ରି କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି । ବଲାଙ୍ଗୀର ଧୁମାମରା ଗ୍ରାମର ଜଣେ ବୃଦ୍ଧଙ୍କ ଜମିକୁ ଚଞ୍ଚକତା ଓ ଜାଲିଆତି କରି ବିକ୍ରି କରାଯାଇଥିବା ବେଳେ ମାଘବନ ବାଗ ଏଥିରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି ।

ତହସିଲଦାରଙ୍କ ନାଁରେ ଠକେଇ ଅଭିଯୋଗ: 420 ଦଫା ଲଗାଇଲା ପୋଲିସ

ଧୁମାମରା ଗ୍ରାମରେ ରହୁଥିବା ସରୋଜିନୀ ଷଣ୍ଢଙ୍କ ଶ୍ବଶୁର ନାମରେ ଥିବା ଏକ ଜମିକୁ କେହି ଜଣେ ବ୍ୟକ୍ତି ଜାଲ ପରିଚୟ ପତ୍ର ତିଆରି କରି ଏମାନଙ୍କ ଅଜାଣତରେ ଅନ୍ୟ ଜଣକୁ ଜମି ବିକ୍ରି କରିଛି । ପରବର୍ତ୍ତୀ ସମୟରେ ତହସିଲଦାର କାର୍ଯ୍ୟାଳୟରୁ ଏନେଇ ଜଣାଇବାକୁ ପାଇଥିଲେ । ତେବେ କୌଣସି ଯାଞ୍ଚ ନକରି ଅଥବା ପରିବାର ଲୋକଙ୍କୁ ନୋଟିସ୍‌ ନଦେଇ କିଭଳି ଅନ୍ୟ ଜଣଙ୍କୁ ଜମିପଟ୍ଟା ଦେଲେ ସେନେଇ ସରୋଜିନୀଙ୍କ ପରିବାର ଲୋକେ ପ୍ରଶ୍ନ କରିଛନ୍ତି । ସେହିପରି ଶ୍ବଶୁରଙ୍କ ନାରେ ଅନ୍ୟ ଜଣେ ମିଛ ଦସ୍ତଖତ କରି ବିକ୍ରି କରିବାରେ ଅନେକ ଲୋକ ସଂପୃକ୍ତ ଥିବା ଏମାନେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ପରିବାର ଲୋକେ ବଲାଙ୍ଗୀର ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଘଟଣାର ତଦନ୍ତ ପରେ ବଲାଙ୍ଗୀର ତହସିଲଦାର ମାଘବନ ବାଗଙ୍କ ସଂପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି। ତେଣୁ ସଦର ଥାନା ପୋଲିସ ତହସିଲଦାରଙ୍କ ନାରେ 420 ଭଳି ସଙ୍ଗୀନ ଦଫା ଲଗାଇ ମାମଲା ରୁଜୁ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Jul 3, 2022, 8:55 AM IST

ABOUT THE AUTHOR

...view details