ବଲାଙ୍ଗୀର: ଦେଓଗାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଜଙ୍ଗଲରେ ଆଜି ବନବିଭାଗ ଅତର୍କିତ ଭାବରେ ଚଢ଼ାଉ କରିଥିଲା । ଫଳରେ ଚାରି କାଠ ମାଫିଆ ଗିରଫ ହୋଇଛନ୍ତି ।
ଜଙ୍ଗଲ ମଧ୍ୟରେ କାଠ ମାଫିଆ ସକ୍ରିୟ ଥିବାବେଳେ ମୂଲ୍ୟବାନ ଗଛ ସବୁ କଟାଯାଇ ଚୋରା ଚାଲାଣ ହେଉଥିବା ଅଭିଯୋଗ ଥିଲା । ତେବେ ମଙ୍ଗଳବାର ବନବିଭାଗ ଜଙ୍ଗଲରେ ଚଢ଼ାଉ କରି ଚାରି ଜଣ କାଠ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି ।