ଓଡିଶା

odisha

ETV Bharat / state

ସଡକ ଦୁର୍ଘଟଣା ଉଜୁଡିଦେଲା ସୁନା ସଂସାର, ୪ଟି ପରିବାର ମୂରବୀଶୂନ୍ୟ - ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର

ବଲାଙ୍ଗୀର-ସୋନପୁର ରାସ୍ତାର ବଡ଼ବାହାଲି ଛକରେ ସଡକ ଦୁର୍ଘଟଣା (Badabahali Road Accident) । ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ଅସହାୟ ହୋଇ ଯାଇଛନ୍ତି ୪ ପରିବାର । ଆଗକୁ କେମିତି ବଞ୍ଚିବେ ଓ କଣ କରିବେ ସେନେଇ ଚିନ୍ତାରେ । ଅଧିକ ପଢନ୍ତୁ

four family loss their prime member in badabahali road accident tragedy
Sonpur Accident: ଉଜୁଡି ଯାଇଛି ମୃତକଙ୍କ ସୁନାର ସଂସାର, କାନ୍ଦୁଛି ପରିବାର

By

Published : Jul 23, 2022, 6:41 PM IST

ବଲାଙ୍ଗୀର: ଜୁଲାଇ ୧୨ ତାରିଖ ବଲାଙ୍ଗୀର ସୋନପୁର NH-୫୭ର ବଡ଼ବାହାଲି ଛକରେ ଘଟିଥିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଅଟୋ ରାସ୍ତାରେ ଠିଆ ହୋଇଥିବାବେଳେ, ହଠାତ୍‌ ଏକ କାର ଦ୍ରୁତ ଗତିରେ ଆସି ଧକ୍କା ଦେବାରୁ ଘଟଣା ସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ପରେ ଚାରୋଟି ପରିବାର ଏବେ ମୂରବୀବିହୀନ ହୋଇଥିବାବେଳେ, ଅସହାୟ ପରିବାର ଉପରେ ଏବେ ଯେମିତି ମାଡ଼ି ବସିଛି ଦୁଃଖର କଳା ପାହାଡ । ଆଗକୁ କେମିତି ଜୀବନ ଜୀଇଁବେ ତାକୁ ନେଇ ଚିନ୍ତାରେ ଏହି ପୀଡ଼ିତ ପରିବାର ।

Sonpur Accident: ଉଜୁଡି ଯାଇଛି ମୃତକଙ୍କ ସୁନାର ସଂସାର, କାନ୍ଦୁଛି ପରିବାର

ବଲାଙ୍ଗୀର ପୁଇନ୍ତଲା ବ୍ଲକ ଅନ୍ତର୍ଗତ ରାଘବ ପାଲିର୍ ଆଠ ଜଣ ଏକ ଅଟୋ ଗାଡ଼ିରେ ଜୁଲାଇ ୧୨ ତାରିଖ ଦିନ ପନିପରିବା ଚାରା ବିକ୍ରି କରିବାକୁ ବାହାରିଥିଲେ । ଏହି ସମୟରେ ଅଟୋର ଡ୍ରାଇଭର ଔଷଧ ଦେବାକୁ ବଲାଙ୍ଗୀର ସୋନପୁର ରାସ୍ତା ବଡବାହାଳି ଛକ ରାସ୍ତା କଡ଼ରେ ଅଟକି ଥିଲେ । ଏହି ସମୟରେ ସା୍ମ୍ନା ପଟୁ ଦୃତ ଗତିରେ ସୁନ୍ଦରଗଡ IIC ସନ୍ଧ୍ୟାରାଣୀ ସୁନାଙ୍କ କାର ଆସି ଅଟୋକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଅଟୋରେ ବସିଥିବା ୮ଜଣଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଥିଲା ଓ ଅନ୍ୟମାନେ ଆହତ ହୋଇଥିଲେ । ତିନି ମୃତକ ହେଉଛନ୍ତି ବଲାଙ୍ଗୀର ରାଘବ ପାଲି ଗ୍ରାମର ସତ୍ୟ ପ୍ରଧାନ, ପ୍ରାଣନାଥ ବିଶ୍ଵାଳ ଓ ପଙ୍କଜିନି ନାଏକ ।

ଏହି ଦୁର୍ଘଟଣାକୁ ଆଜି ୧୨ ଦିନରୁ ଅଧିକା ବିତିଛି । ମୃତକ ମାନଙ୍କର ଶୁଦ୍ଧିକ୍ରିୟା ମଧ୍ୟ ସରିଛି । ହେଲେ ଗାଁରେ ଶୋକ ଓ କୋହ ଏବେ ବି ରହିଛି । ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସତ୍ୟ ପ୍ରଧାନ ଅତି ଗରିବ ହୋଇଥିବାବେଳେ, ନିଜ ପରିବାରରେ ଏକାକି ରୋଜଗାରିଆ ବ୍ୟକ୍ତି ଥିଲେ । ତାଙ୍କର ଛୋଟ ଛୋଟ ଦୁଇଟି ସନ୍ତାନ ଥିବାବେଳେ ଏବେ ତାଙ୍କ ଭରଣ ପୋଷଣକୁ ନେଇ ଚିନ୍ତାରେ ତାଙ୍କର ସ୍ତ୍ରୀ । ସେହିପରି ଏହି ଗାଁର ପ୍ରାଣନାଥ ବିଶ୍ଵାଳ ମଧ୍ୟ ଅତି ଗରିବ ଥିବାବେଳେ ତାଙ୍କର ମଧ୍ୟ ଦୁଇ ପୁଅ ଏବେ ଆଗକୁ କେମିତି ଜୀବନ ଯାତ୍ରାରେ ସଂଗ୍ରାମ କରିବେ ତାକୁ ନେଇ ସେମାନେ ଚିନ୍ତାରେ ।

ସମାନ ଭାବରେ ଏହି ଗାଁର ମହିଳା ପଙ୍କଜିନି ନାଏକଙ୍କୁ ମଧ୍ୟ ତାଙ୍କ ପୁଅ ଝିଅ ଏବେ ଝୁରୁଛନ୍ତି । ଏହାଛଡା ଗରିବ ଅଟୋ ଡ୍ରାଇଭରର ଲକ୍ଷ୍ମୀ କାନ୍ତ ମିଶ୍ର ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଗୋଡ଼ ସହ ମାନସିକ ଭାରସାମ୍ୟ ହରାଇ ଏବେ ସେ ଶଯ୍ୟାଶାୟୀ ହୋଇଛନ୍ତି । ତାଙ୍କର ମଧ୍ୟ ଦୁଇ ଝିଅ ଥିବା ବେଳେ ଆଗକୁ ଚିକିତ୍ସା କେମିତି ହେବ ତାକୁ ନେଇ ଚିନ୍ତା ଘାରିଛି । ଏମାନଙ୍କ ଦୁଃଖରେ ଏବେ ସମ୍ପୂର୍ଣ ରାଘବ ପାଲି ଗ୍ରାମ ଲୋକ ମଧ୍ୟ ସମସ୍ତଙ୍କୁ ସରକାରୀ ସାହାଯ୍ୟ ଦାବି କରିଛନ୍ତି ।

ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେଇଛନ୍ତି । ହେଲେ ଏହା ଏହି ଚାରୋଟି ପରିବାରକୁ ବଞ୍ଚିବା ପାଇଁ ଯଥେଷ୍ଟ ହୋଇ ନାହିଁ । ମୃତକଙ୍କ ଛୋଟ ଛୋଟ ଶିଶୁଙ୍କ ଭବିଷ୍ୟତ ଆଗକୁ କେମିତି ଗଢା ହେବ, କେମିତି ତାଙ୍କର ଭରଣ ପୋଷଣ ହେବ ତାକୁ ନେଇ ଚିନ୍ତାଗ୍ରସ୍ତ ପରିବାର । ତେବେ ଏହି ଦୁର୍ଘଟଣା ପରେ ସୁନ୍ଦରଗଡ ଆଇଆଇସିଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ।

ତେବେ ଗାଡି ଚଳାଉଚି ଡ୍ରାଇଭର ଓ ସନ୍ଧ୍ୟାରାଣୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପଟେ ବଲାଙ୍ଗୀର ପୁଇନ୍ତଲା ବ୍ଲକ ଅଧ୍ୟକ୍ଷ ଏହି ଚାରି ପରିବାର ଲୋକଙ୍କୁ ଭେଟି ତାଙ୍କ ସହିତ ଆଲୋଚନା କରିଥିଲେ । ବ୍ଲକ ତରଫରୁ ଯଥା ସମ୍ଭବ ସାହାଯ୍ୟ ସମସ୍ତଙ୍କୁ ଦିଆ ଯିବ ବୋଲି ବ୍ଲକ ଅଧ୍ୟକ୍ଷ ପ୍ରତିଶୃତି ଦେଇଛନ୍ତି ।

ABOUT THE AUTHOR

...view details