ବଲାଙ୍ଗିର: ଲୁଟ ମାମଲାରେ ଅଟକ ଥିବା ଅଭିଯୁକ୍ତ ଥାନାରୁ ଫେରାର ଘଟଣା । ଜଣେ ମହିଳା ସମେତ 4 ଜଣଙ୍କୁ ଗିରଫ କରିଛି ପୋଲିସ । ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ବିନ୍ଦନବାହାଲି ମଦଭାଟି ମ୍ୟାନେଜର ଓ ସେଲ୍ସମ୍ୟାନଙ୍କୁ କିଛି ଦୁର୍ବୃତ୍ତ ନିସ୍ତୁକ ମାଡ଼ ମାରିବା ସହ ବନ୍ଧୁକ ଲଗାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ । ଏହି ମାମଲାରେ ଦୁର୍ବୃତ୍ତମାନଙ୍କୁ ସଇଁତଲା ପୋଲିସ ବଡ଼ମାଳ ଫାଣ୍ଡିରେ ଅଟକ ରଖି ପଚାରାଉଚରା କରୁଥିବାବେଳେ ଜଣେ ସେମାନଙ୍କ ମଧ୍ୟରୁ ଜଣେ ଫେରାର ମାରିଥିଲା । ଯାହାକୁ ନେଇ ଜଣେ ଏସଆଇ ଏବଂ ଦୁଇ ଜଣ କନଷ୍ଟେବଳ ନିଲମ୍ବିତ ହୋଇଥିଲେ ।
ସେପଟେ ଏହି ଘଟଣାରେ ଆଜି ସଇଁତଲା ପୋଲିସ ଜଣେ ମହିଳାଙ୍କ ସମେତ ଚାରି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଜାମିନ ନା ମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତମାନେ ପିଣ୍ଟୁ ଓରଫ ରମଣ ଦାସ, ପିଙ୍କୁ କୁମ୍ଭାର ଓରଫ ପିକୁ, ଜ୍ୟୋତିର୍ମୟୀ ଦାସ ଉଭୟ ସଇଁତଲା ଥାନା ସର୍ଗିପାଲି ହୋଇଥିବାବେଳେ ହୃଦାନନ୍ଦ ଦାସ ବେଳପଡା ଥାନା ମଧ୍ୟପୁରର ବୋଲି ଜଣାପଡିଛି ।