ଓଡିଶା

odisha

ETV Bharat / state

'ପୂର୍ବତନ ପ୍ରଧାନମନ୍ତ୍ରୀ ଯୁଦ୍ଧପୋତରେ ଛୁଟି କାଟିନାହାଁନ୍ତି' - ଆଇଏନ୍ଏସ ବିକ୍ରାନ୍ତ ଯୁଦ୍ଧ ପୋତରେ ଛୁଟି କାଟିବା ପ୍ରସଙ୍ଗ

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆଇଏନ୍ଏସ ବିକ୍ରାନ୍ତ ଯୁଦ୍ଧ ପୋତରେ ଛୁଟି କାଟିବାକୁ ନେଇ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରସଙ୍ଗଟି ଜୋର ଧରିଥିଲା । ଅର୍ଥାତ୍ ବିନା କୌଣସି ଆଧାରରେ ଏହି କଥା କୁହାଯାଇଥିବାର ଓ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ବଦନାମ୍ କରିବା ଉଚିତ୍ ନାହିଁ ବୋଲି ସୂଚନା କର୍ମୀ କହିଛନ୍ତି । ଅଧିକ ଖବର ପଢନ୍ତୁ...

'ପୂର୍ବତନ ପ୍ରଧାନମନ୍ତ୍ରୀ ଯୁଦ୍ଧ ପୋତରେ ଛୁଟି କାଟିନାହାଁନ୍ତି'
'ପୂର୍ବତନ ପ୍ରଧାନମନ୍ତ୍ରୀ ଯୁଦ୍ଧ ପୋତରେ ଛୁଟି କାଟିନାହାଁନ୍ତି'

By

Published : Nov 29, 2019, 11:36 PM IST

ବଲାଙ୍ଗୀର: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆଇଏନ୍ଏସ ବିକ୍ରାନ୍ତ ଯୁଦ୍ଧପୋତରେ ଛୁଟି କାଟିବାକୁ ନେଇ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରସଙ୍ଗଟି ଜୋର ଧରିଥିଲା । ତେବେ ଏହାକୁ ନେଇ ମିଳିଥିବା ସୂଚନା ଅନୁସାରେ ଭାରତୀୟ ସେନା ମୁଖ୍ୟାଳୟରେ ସେମିତି କିଛି ତଥ୍ୟ ନାହିଁ ।

'ପୂର୍ବତନ ପ୍ରଧାନମନ୍ତ୍ରୀ ଯୁଦ୍ଧ ପୋତରେ ଛୁଟି କାଟିନାହାଁନ୍ତି'

ଅର୍ଥାତ୍ ବିନା କୌଣସି ଆଧାରରେ ଏହି କଥା କୁହାଯାଇଥିବାର ଓ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ବଦନାମ୍ କରିବା ଉଚିତ୍ ନାହିଁ ବୋଲି ସୂଚନା କର୍ମୀ କହିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆଇ ଏନ୍ ଏସ ବିକ୍ରାନ୍ତ୍ ଯୁଦ୍ଧ ପୋତରେ ପରିବାର ସହ ଛୁଟି କାଟିବାକୁ ନେଇ ସାଧାରଣ ନିର୍ବାଚନ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା ।

ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଭାରତୀୟ ସେନା ମୁଖ୍ୟାଳୟ ତଥା ନୌସେନା ବିଭାଗକୁ ସୂଚନା ମାଗିଥିଲେ । ଯେଉଁଥିରେ ଏହି ବିଭାଗରେ ସେମିତି କୌଣସି ତଥ୍ୟ ନାହିଁ ବୋଲି ସ୍ପଷ୍ଟ କରିଛି ।

ତେବେ ନିର୍ବାଚନ ପୂର୍ବରୁ ବିଜେପି ଏଭଳି ଅଭିଯୋଗ ଆଣିଥିବା ବେଳେ ବିନା କୌଣସି ଆଧାର ରେ ଜଣେ ପ୍ରଧାନମନ୍ତ୍ରୀଙ୍କୁ ବଦନାମ୍ କରିବା ଉଚିତ୍ ନାହିଁ ବୋଲି ସୂଚନା କର୍ମୀ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details