ବଲାଙ୍ଗୀର: ଓଡ଼ିଶାର ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ତଥା ବଲାଙ୍ଗୀରର ପୂର୍ବତନ ସାଂସଦ ନିତ୍ୟାନନ୍ଦ ମିଶ୍ର ଅସୁସ୍ଥ । ତାଙ୍କୁ ଭୁବନେଶ୍ବର ସ୍ଥିତ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ବଲାଙ୍ଗୀର ବିଲେଇସର୍ଡ଼ା ଗ୍ରାମ ତାଙ୍କ ବାସଭବନରେ ସେ ଥିବା ବେଳେ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥିତ ଆମ୍ରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବଲାଙ୍ଗୀର ପୂର୍ବତନ ସାଂସଦ ନିତ୍ୟାନନ୍ଦଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର - ଗୁରୁତର ଅସୁସ୍ଥ ବଲାଙ୍ଗୀରର ପୂର୍ବତନ ସାଂସଦ
ଓଡ଼ିଶାର ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ତଥା ବଲାଙ୍ଗୀରର ପୂର୍ବତନ ସାଂସଦ ନିତ୍ୟାନନ୍ଦ ମିଶ୍ରଙ୍କ ସ୍ବ୍ୟାସ୍ଥ୍ୟବସ୍ଥା ଗୁରୁତର ଅସୁସ୍ଥ । ତାଙ୍କୁ ଭୁବନେଶ୍ବର ସ୍ଥିତ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଧିକ ପଢନ୍ତୁ...

ଗୁରୁତର ଅସୁସ୍ଥ ବଲାଙ୍ଗୀରର ପୂର୍ବତନ ସାଂସଦ ନିତ୍ୟାନନ୍ଦ
ଗୁରୁତର ଅସୁସ୍ଥ ବଲାଙ୍ଗୀରର ପୂର୍ବତନ ସାଂସଦ ନିତ୍ୟାନନ୍ଦ
ତେବେ ପ୍ରଥମେ ତାଙ୍କୁ ଆଇସିୟୁରେ ରଖା ଯାଇଥିବା ବେଳେ ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସ୍ଥିରତା ଆସିଥିବା ଡ଼ାକ୍ତର ସୂଚନା ଦେଇଛନ୍ତି। ତେବେ ନିତ୍ୟାନନ୍ଦ ମିଶ୍ର 80 ଦଶକରେ ଓଡ଼ିଶା ରାଜ୍ୟ କଂଗ୍ରେସର ସଭାପତି ଦାୟିତ୍ଵ ତୁଲାଇ ଥିବା ବେଳେ 1980 ଓ 1984 ମସିହାରେ ବଲାଙ୍ଗୀରରୁ ଦୁଇଥର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ