ଓଡିଶା

odisha

ETV Bharat / state

ବଲାଙ୍ଗୀରରେ ବନ୍ୟାଞ୍ଚଳ ବୁଲିଲେ ପୂର୍ବତନ ସାଂସଦ

ପୂର୍ବତନ ବଲାଙ୍ଗୀର ବିଜେଡି ସାଂସଦ କଳିକେଶ ନାରାୟଣ ସିଂହ ଦେଓ ସୋମବାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ବନ୍ୟା ବିପନ୍ନଙ୍କୁ ବସ୍ତ୍ର ଆଦି ବଣ୍ଟନ କରିବା ସହ ଲକ୍ଷ୍ମୀ ଜୋରରେ ଥିବା ପ୍ରକଳ୍ପକୁ ନେଇ ତଦନ୍ତ ଦାବି କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

By

Published : Aug 26, 2019, 11:42 PM IST

ବଲାଙ୍ଗୀର: ଗତ 13 ଓ 14 ତାରିଖରେ ଲଗାଣ ବର୍ଷାରେ ବଲାଙ୍ଗୀର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ସୋମବାର ପୂର୍ବତନ ବଲାଙ୍ଗୀର ବିଜେଡି ସାଂସଦ କଳିକେଶ ନାରାୟଣ ସିଂହ ଦେଓ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏଥିସହିତ ବନ୍ୟା ବିପନ୍ନଙ୍କୁ ବସ୍ତ୍ର ଆଦି ବଣ୍ଟନ କରି ସେମାନଙ୍କ ସହ ଆଲୋଚନା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର ସହରରେ ବନ୍ୟା ପାଇଁ ଲକ୍ଷ୍ମୀ ଜୋରରେ ହୋଇଥିବା ପ୍ରକଳ୍ପକୁ କଳିକେଶ ଦାୟୀ କରିଛନ୍ତି । ଲକ୍ଷ୍ମୀଜୋରରେ 14 କୋଟି ଟଙ୍କା ବ୍ୟୟରେ 6ଟି ବ୍ୟାରେଜ ସହ ଦୁଇ ପାର୍ଶ୍ଵରେ ବାଡ଼ ଦିଆଯାଇଛି । ମାତ୍ର ଯାହାର ନିର୍ମାଣ କାର୍ଯ୍ୟରେ ତ୍ରୁଟି ଥିବାରରୁ ବନ୍ୟା ପରିସ୍ଥିତି ସୃଷ୍ଟିର ହୋଇଥିବା ସେ କହିଛନ୍ତି ।

ତେବେ ଏହି ଜୋର ସର୍ବଦା ବଲାଙ୍ଗୀର ସହରର ବନ୍ୟା ଜଳ ନିଷ୍କାସନ କରୁଥିବାବେଳେ ଚଳିତ ବର୍ଷ ଏହା ବନ୍ୟାଜଳ ନିଷ୍କାସନ କରିବାରେ ବିଫଳ ହୋଇଛି । ତୁରନ୍ତ ଏହାର ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।


ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details