ଓଡିଶା

odisha

ETV Bharat / state

ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଅଧାରୁ ବନ୍ଦ ହେଲା ଅନ୍ବେଷା ଯୋଜନା - ଅଧାରୁ ବନ୍ଦ ହେଲା ଅନ୍ବେଷା ଯୋଜନା

ବଲାଙ୍ଗୀର ଜିଲ୍ଲାର କିଛି ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଅଧାରୁ ବନ୍ଦ ହୋଇଛି ଅନ୍ବେଷା ଯୋଜନା। ଗତ ଦୁଇବର୍ଷ ହେବ ଓଡିଶା ସରକାରଙ୍କ ଏହି ଅନ୍ବେଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଏକ ଘରୋଇ ସ୍କୁଲରେ ପାଠ ପଢି ଆସୁଥିଲେ 17 ଆଦିବାସୀ ଛାତ୍ରଛାତ୍ରୀ । ହେଲେ କିଛି ମାସ ହେବ ଏମାନଙ୍କୁ ଏଥିରୁ ହଠାତ ବାଦ ଦିଆଯାଇଛି । ଅଧିକ ପଢନ୍ତୁ...

କିଛି ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଅଧାରୁ ବନ୍ଦ ହେଲା ଅନ୍ବେଷା ଯୋଜନା
କିଛି ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଅଧାରୁ ବନ୍ଦ ହେଲା ଅନ୍ବେଷା ଯୋଜନା

By

Published : Mar 2, 2020, 8:32 PM IST

ବଲାଙ୍ଗୀର: ଜିଲ୍ଲାର କିଛି ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଅଧାରୁ ବନ୍ଦ ହୋଇଛି ଅନ୍ବେଷା ଯୋଜନା। ତେବେ ଗୁଣାତ୍ମକ ଶିକ୍ଷା ପାଇବା ପାଇଁ ଏହି ଯୋଜନା ଥିବା ବେଳେ ସରକାରୀ ଖର୍ଚ୍ଚରେ ଆଦିବାସୀ ଛାତ୍ରଛାତ୍ରୀ ଘରୋଇ ସ୍କୁଲରେ ପାଠ ପଢି ପାରିବେ । ହେଲେ ବଲାଙ୍ଗୀରର କିଛି ଛାତ୍ରଛାତ୍ରୀଙ୍କ ପାଇଁ ଏହା ବନ୍ଦ ହେବା ସହ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ହୋଇଛି ।

କିଛି ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଅଧାରୁ ବନ୍ଦ ହେଲା ଅନ୍ବେଷା ଯୋଜନା

ସୂଚନା ଅନୁସାରେ ବଲାଙ୍ଗୀର ସହରର 17 ଜଣ ଆଦିବାସୀ ଛାତ୍ରଛାତ୍ରୀ ଗତ ଦୁଇବର୍ଷ ହେବ ଓଡିଶା ସରକାରଙ୍କ ଏହି ଅନ୍ବେଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଏକ ଘରୋଇ ସ୍କୁଲରେ ପାଠ ପଢି ଆସୁଥିଲେ । ହେଲେ କିଛି ମାସ ହେବ ଏମାନଙ୍କୁ ଏଥିରୁ ହଠାତ ବାଦ ଦିଆଯାଇଛି । ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ସୋମବାର ସମସ୍ତେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି।

ବର୍ତ୍ତମାନ ପାଠ ପଢ଼ୁଥିବା ସ୍କୁଲରେ ହିଁ ସେମାନଙ୍କୁ ପାଠ ପଢ଼ିବାର ସୁଯୋଗ ଦିଆଯାଉ ବୋଲି ଦାବି କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details