ବଲାଙ୍ଗୀର: ବନ୍ୟା ଚାଲିଯାଇଛି ମାତ୍ର ଏଯାଏଁ ବଲାଙ୍ଗୀରବାସୀଙ୍କ ଦୁର୍ଦ୍ଦଶା ଯାଇନାହିଁ । ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବଲାଙ୍ଗୀରକୁ ଏପର୍ଯ୍ୟନ୍ତ ରାଜ୍ୟ କିମ୍ବା କେନ୍ଦ୍ର ସରକାର କୌଣସି କ୍ଷତିପୂରଣ ପ୍ୟାକେଜ ଘୋଷଣା କରି ନାହାନ୍ତି । ଫଳରେ ଏହି ଦାବି ନେଇ ସୋମବାର ବଲାଙ୍ଗୀର ଆକ୍ସନ କମିଟି ଆନ୍ଦୋଳନକୁ ଓହ୍ଲାଇବା ସହ ଶୀଘ୍ର ଜିଲ୍ଲା ପାଇଁ କ୍ଷତିପୂରଣ ଘୋଷଣା କରାଯାଉ ବୋଲି ଦାବି କରିଛନ୍ତି ।
ବଲାଙ୍ଗୀର ବନ୍ୟା ବିପନ୍ନଙ୍କୁ ସ୍ବତନ୍ତ୍ର ପ୍ୟାକେଜ ଦାବିରେ ଆନ୍ଦୋଳନ - ବଲାଙ୍ଗିରବାସୀଙ୍କୁ କ୍ଷତିପୂରଣ ପ୍ୟାକେଜ ଘୋଷଣା ଦାବିରି ଆନ୍ଦୋଳନ
ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବଲାଙ୍ଗୀରକୁ ଏପର୍ଯ୍ୟନ୍ତ ରାଜ୍ୟ କିମ୍ବା କେନ୍ଦ୍ର ସରକାର କୌଣସି କ୍ଷତିପୂରଣ ପ୍ୟାକେଜ ଘୋଷଣା କରି ନାହାନ୍ତି । ଫଳରେ ଏହି ଦାବି ନେଇ ସୋମବାର ବଲାଙ୍ଗୀର ଆକ୍ସନ କମିଟି ଆନ୍ଦୋଳନକୁ ଓହ୍ଲାଇବା ସହ ଶୀଘ୍ର ଜିଲ୍ଲା ପାଇଁ କ୍ଷତିପୂରଣ ଘୋଷଣା କରାଯାଉ ବୋଲି ଦାବି କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର
ଏହି ଆନ୍ଦୋଳନରେ ଆକ୍ସନ କମିଟିର ଶତାଧିକ ଯୁବକ ସାମିଲ ହୋଇଥିବା ବେଳେ ଆଗାମୀ ଦିନରେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଆକ୍ସନ କମିଟି ଚେତାବନୀ ଦେଇଛନ୍ତି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ
TAGGED:
balangiri action team strike