ଓଡିଶା

odisha

ETV Bharat / state

ଖରା ମାସରେ ବଲାଙ୍ଗୀରରେ ବନ୍ୟା ! ପ୍ରଭାବିତଙ୍କୁ ମିଳିଲା ରିଲିଫ୍ - ପୋଖରୀ ହିଡ କାଟିବା ପରେ ବଲାଙ୍ଗୀରରେ ଜଳବନ୍ଦୀ ସମସ୍ୟା

ବଲାଙ୍ଗୀର ସହର ମଧ୍ୟରେ ଲହଡ଼ି ମାରୁଛି ପାଣି । ପ୍ରଭାବିତ ପରିବାରକୁ ରିଲିଫ୍ ପ୍ରଦାନ କଲେ ପୌରାଧ୍ୟକ୍ଷା । ଅଧିକ ପଢନ୍ତୁ

ବଲାଙ୍ଗୀରରେ ଜଳବନ୍ଦୀ ସମସ୍ୟା
ବଲାଙ୍ଗୀରରେ ଜଳବନ୍ଦୀ ସମସ୍ୟା

By

Published : May 11, 2023, 4:13 PM IST

ଖରା ମାସରେ ବଲାଙ୍ଗୀରରେ ବନ୍ୟା !

ବଲାଙ୍ଗୀର: ଖରା ମାସରେ ବନ୍ୟା ! ବଲାଙ୍ଗୀର ସହର ମଧ୍ୟରେ ଲହଡ଼ି ଭାଙ୍ଗୁଛି ପାଣି । ପ୍ରଭାବିତ ପରିବାରକୁ ରିଲିଫ୍ ଦିଆଯିବା ସହ ପୌର ପରିଷଦ ପକ୍ଷରୁ ପାଣି ନିଷ୍କାସନ କାର୍ଯ୍ୟ ଜାରି ରହିଛି । କଥାଟା ଶୁଣିବାକୁ ଟିକେଏ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ବଲାଙ୍ଗୀର 17 ନମ୍ୱର ୱାର୍ଡ ବିଷ୍ଣୁ ମୁଣ୍ଡା ଠାରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି । ଗତକାଲି (ବୁଧବାର) ବିଳମ୍ବିତ ରାତିରେ ହଠାତ୍ ପାଣି ଜନବସତି ଆଡକୁ ମାଡି ଆସିଥିଲା । କେହି କିଛି ବୁଝିବା ପୂର୍ବରୁ ଅନେକ ଘର ଜଳବନ୍ଦୀ ହୋଇଯାଇଥିଲା । ପରେ ଜଣାପଡିଥିଲା ଯେ ପାଖରେ ଥିବା ପୋଖରୀ ହିଡକୁ କାଟି ଦିଆଯିବାରୁ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି ।

ସୂଚନା ମୁତାବକ, ବଲାଙ୍ଗୀରରେ ନୂତନ ଭାବେ ତିଆରି ହେଉଥିବା ରିଙ୍ଗ ରୋଡ ବିଷ୍ଣୁ ମୁଣ୍ଡା ଦେଇ ଯାଉଛି । ରିଙ୍ଗ ରୋଡ ନିର୍ମାଣ ପାଇଁ ସ୍ଥାନୀୟ ପୋଖରୀ ପାଣି ଖାଲି କରିବା ଜରୁରୀ ଥିଲା । ଏଥିପାଇଁ ପାଇଁ ପ୍ରଶାସନ ଓ ୱାର୍ଡବାସୀଙ୍କ ମଧ୍ୟରେ ଆଲୋଚନା ବି ହୋଇଥିଲା । ଆଲୋଚନା ମୁତାବକ ଗତ ରାତିରେ ପୋଖରୀର ହିଡ଼ କଟା ଯାଇଥିଲା । ହେଲେ ବୈଷୟିକ ତ୍ରୁଟିରୁ ପାଣି ବାହାରକୁ ନା ଯାଇ ଜନବସତି ଅଞ୍ଚଳକୁ ମାଡ଼ି ଯାଇଥିଲା । ଯାହାଫଳରେ ବଲାଙ୍ଗୀର ଆଠ ଗାଁ ମୁଖ୍ୟ ରାସ୍ତାରେ ଆଁଠୁଏ ପାଣି ଜମିବା ସହ କିଛି ଜନବସତି ଅଞ୍ଚଳ ପ୍ରଭାବିତ ହୋଇଛି ।

ଏହାମଧ୍ୟ ପଢନ୍ତୁ: ପ୍ରଜାପତି ପ୍ରେମରେ ହାର୍ଦ୍ଦିକ, ହାତେଇଛନ୍ତି ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ

ଏ ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗ ଓ ପୌର ପରିଷଦ ରାତିରେ ଏହି ଅଞ୍ଚଳରେ ପହଞ୍ଚି ଜଳ ନିଷ୍କାସନ ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲେ । ସେହିପରି ଆଜି ବଲାଙ୍ଗୀର ପୌରାଧ୍ୟକ୍ଷ୍ୟା ନିଜେ ଏହି ଅଞ୍ଚଳ ପରିଦର୍ଶନ କରିବା ସହ ପ୍ରଭାବିତ ପରିବାରକୁ ଭେଟିଛନ୍ତି ଏବଂ ସେମାନଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦେଇଛନ୍ତି । ଜେସିବି ସାହାଯ୍ୟରେ ପାଣି ନିଷ୍କାସନ କରାଯାଉଛି । ଆଜି ଦିନକ ଭିତରେ ପାଣି ନିଷ୍କାସନ ହୋଇଯିବ ବୋଲି ପୌରାଧ୍ୟକ୍ଷା ଜଣାଇଛନ୍ତି । ତେବେ ଏହି କୃତ୍ରିମ ବନ୍ୟାରେ ବିଷ୍ଣୁ ମୁଣ୍ଡା ଅଞ୍ଚଳର ପାଞ୍ଚଟି ପରିବାର ପାଣି ଘେରରେ ଅଛନ୍ତି । ମୁଖ୍ୟ ରାସ୍ତା ସହ ଅନ୍ୟ ଅଞ୍ଚଳରେ ଏବେ ବି ପାଣି ଲହଡି ଭାଙ୍ଗୁଛି ।

ଏହାମଧ୍ୟ ପଢନ୍ତୁ: ଛାତ୍ରଛାତ୍ରୀଙ୍କଠୁ ବେଆଇନ ଭାବେ ଟଙ୍କା ଆଦାୟ, ପ୍ରିନ୍ସିପାଲଙ୍କ ପାଖରେ ନାହିଁ ଖବର

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details