ବଲାଙ୍ଗୀର:ବଲାଙ୍ଗୀର ସହର ଚାରିପଟେ ଜଙ୍ଗଲ ପାହାଡ଼ ଘେରି ରହିଥିବା ବେଳେ ଏବେ ଏହି ସବୁ ପାହାଡ଼ ଜଙ୍ଗଲରେ ଲାଗିଛି ନିଆଁ । ସବୁ ଜଙ୍ଗଲ ହୁତୁହୁତୁ ହୋଇ ଜଳୁଛି । ବଲାଙ୍ଗୀର ସହର ନିକଟ ବିଯାଖମନ୍ ମଠାଖାଇ ପାହାଡ଼ ଓ ଜଙ୍ଗଲ, ସଦେଇପାଲି ସ୍ଥିତ ହାତୀ ପାହାଡ଼ ଓ ପଥର ଚେପା ସ୍ଥିତ ସୁଲିଆ ପାହାଡ଼ରେ ଏହି ନିଆଁ ଲାଗିଛି ।
ବଲାଙ୍ଗୀରର ବିଭିନ୍ନ ଜଙ୍ଗଲରେ ନିଆଁ - balangir forest fire
ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ । ବିପଦରେ ବନ୍ୟଜନ୍ତୁ ଏବଂ ମୂଲ୍ୟବାନ ଗଛଲତା । ତିନି ଦିନରୁ ବଲାଙ୍ଗୀର ଚାରିପଟେ ଥିବା ସବୁ ପାହାଡ଼ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଏଯାଏଁ ଏହାକୁ ଆୟତ୍ତ କରାଯାଇ ପାରି ନାହିଁ ପ୍ରଶାସନ । ଅଧିକ ପଢନ୍ତୁ...
ବଲାଙ୍ଗୀର ବିଭିନ୍ନ ଜଙ୍ଗଲରେ ନିଆଁ
ତେବେ ଗତ ତିନି ଦିନରୁ ଏହି ନିଆଁ ଲାଗିଥିବା ବେଳେ ଏଥିରେ ମୂଲ୍ୟବାନ ଗଛ ସବୁ ନଷ୍ଟ ହେବାରେ ଲାଗିଛି । ସେହିପରି ଏଠିକାର ବନ୍ୟ ଜନ୍ତୁଙ୍କ ଜୀବନ ମଧ୍ୟ ବିପଦ ମଧ୍ୟକୁ ଠେଲି ହୋଇଯାଇଛି । ସେପଟେ ବନ ବିଭାଗ ଓ ଅଗ୍ନିଶମ ବିଭାଗ ନିଆଁକୁ ଲିଭାଇବାକୁ ଲାଗିଥିବା ବେଳେ ଏଯାଏଁ ନିଆଁକୁ ଆୟତ୍ତ କରାଯାଇ ପାରି ନାହିଁ । ସେହିପରି ନିଆଁ ଲାଗିବାର ପ୍ରକୃତ କାରଣ ମଧ୍ୟ ଏଯାଏଁ ଜଣା ପଡ଼ି ନାହିଁ ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହୀଦ, ଇଟିଭି ଭାରତ