ଓଡିଶା

odisha

ETV Bharat / state

ରେଲଓ୍ବେ ଷ୍ଟେସନ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ - ସଇଁତଳା ରେଲଓ୍ବେ ଷ୍ଟେସନ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ

ସଇଁତଳା ରେଲଓ୍ବେ ଷ୍ଟେସନ ନିକଟରେ ଭୟଙ୍କର ନିଆଁ । ଜଳିଗଲା ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ ପାଇପ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ଅଧିକ ପଢନ୍ତୁ

fire breaks out near saintala railway station
fire breaks out near saintala railway station

By

Published : Apr 15, 2023, 4:51 PM IST

fire breaks out near saintala railway station

ବଲାଙ୍ଗୀର: ସଇଁତଳା ରେଲଓ୍ବେ ଷ୍ଟେସନ ନିକଟରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଆଁରେ ଲକ୍ଷାଧିକ ଟଙ୍କାର ପାଇପ ସାମଗ୍ରୀ ଜଳିପୋଡି ନଷ୍ଟ ହୋଇଥିବା ସୂଚନା ରହିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି ।

ସୂଚନା ଅନୁସାରେ, ବଲାଙ୍ଗୀର ସଇଁତଳା ସିଲେଟ ପଡ଼ା ରେଳ ଷ୍ଟେସନ ନିକଟରେ ନିଆଁ ଲାଗିଯାଇଛି । ଏଲ୍ଏଣ୍ଡଟି କମ୍ପାନୀ ରେଳ ଷ୍ଟେସନ ନିକଟରେ ଷ୍ଟୋର ୟାର୍ଡ କରିଥିଲା। ଯେଉଁଠି ଏହି କମ୍ପାନୀ ପ୍ଲାଷ୍ଟିକ ପାଇପ ଗଚ୍ଛିତ ରଖିଥିଲା। ତେବେ ଆଜି ସକାଳ ୧୦ଟା ସମୟରେ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ତେବେ ପ୍ଲାଷ୍ଟିକ ପାଇପ ହେତୁ ନିଆଁ ଦୃତଗତିରେ ମାଡି ଯାଇଥିଲା । ନିଆଁ ସାଙ୍ଗକୁ ପ୍ରବଳ ଧୂଆଁ ବାହାରୁଥିବା ଦେଥିବାକୁ ମିଳିଛି । ଉକ୍ତ ସ୍ଥାନଟି ସିଲେତପଦା ଗାଁଠାରୁ ମାତ୍ର ୨୦୦ ମିଟର ଦୂରରେ ରହିଛି। ଅଧିକ ମାତ୍ରାରେ ଧୂଆଁ ବାହାରୁଥିବାରୁ ଲୋକେ ଅସ୍ତବ୍ୟସ୍ତ ହୋଇଯାଇଥିବା ବେଳେ ନିଆଁ ଗାଁକୁ ବ୍ୟାପିବା ଆଶଙ୍କା କରି ଭୟଭୀତ ହୋଇଛନ୍ତି । ସେପଟେ ଅଗ୍ନିକାଣ୍ଡର ଖବର ପାଇଁ ସଇଁତଳା ଓ ଦେଓଗାଁ ଦମକଳ ବିଭାଗର ତିନୋଟି ଗାଡ଼ି ନିଆକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ହେଲେ ନିଆଁର ପ୍ରକୋପ ଅଧିକ ରହିଥିବାରୁ ଏଯାଏଁ ନିଆ ଆୟତ୍ତ ହୋଇ ପାରି ନାହିଁ। କିଭଳି ଏତେ ଭୟଙ୍କର ଭାବେ ଅଗ୍ନିକାଣ୍ଡ ଘଟିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ: Y20 କନ୍‌ସଲଟେସନ୍ ସମ୍ମିଳନୀ ଉଦଘାଟିତ, ଶାନ୍ତ ସମୃଦ୍ଧ ବିଶ୍ୱ ଗଠନରେ ଯୁବପିଢିଙ୍କ ଗୁରୁଦାୟିିତ୍ୱ ରହିଛି କହିଲେ ଚୌବେ

ମିଳିଥିବା ଖବର ଅନୁସାରେ, ଏଲଏଣ୍ଡଟି କମ୍ପାନୀ କିଛି ମାସ ହେବ ଏଠି ତାର ଷ୍ଟୋର ୟାର୍ଡ୍ କରିଥିଲା। ପ୍ଲାଷ୍ଟିକ ପାଇପ, ପ୍ଲାଷ୍ଟିକ କେବୁଲ ଓ ବିଦ୍ୟୁତ୍ ଉପକରଣ ଏଠି ଗଚ୍ଛିତ ରଖିଥିଲା। ରେଳ ଲାଇନରେ ଏହି ସବୁର ଉପଯୋଗ କରିବାର ଥିଲା। ତେବେ ନିକଟରେ ତିନୋଟି ଟ୍ରକରେ ମଧ୍ୟ ଅନେକ ସାମଗ୍ରୀ ଆସି ପହଞ୍ଚିଥିଲା। ତେବେ ଆଜି ସକାଳୁ ଏଠି ଅଗ୍ନିକାଣ୍ଡ ଘଟି ଏସବୁ ସାମଗ୍ରୀ ସବୁ ସମ୍ପୂର୍ଣ ନଷ୍ଟ ହୋଇ ଯାଇଥିବାର କୁହାଯାଇଛି। ତେବେ ଏହାକୁ ନେଇ ସଂପୃକ୍ତ କମ୍ପାନୀ ପକ୍ଷରୁ କୌଣସି ବିଧି ବଦ୍ଧ ସୂଚନା ମିଳିପାରି ନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ସେହିପରି ଅଗ୍ନିଶମ ନିଆୟକୁ ଆୟତ୍ତ କରିବାର ନାକେ ଦମ୍ ହୋଇଥିବା ଦେଖାଦେଇଛି।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details